ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଶ୍ରୀକ୍ଷେତ୍ର ପୁରୀ, ସିଲଭର ସିଟି କଟକ ଓ ରାଜଧାନୀ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର । ଉଭୟ ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ବିକାଶ କରାଯିବ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ।

Leave a Reply

Your email address will not be published. Required fields are marked *