ଓଡିଶା ବିଜେପିର ରାଜ୍ୟ ବିଜେପି ମଧ୍ୟ୍ୟରେ ଗୋଷ୍ଠୀ କନ୍ଦଳର ଛିଟା ନିର୍ବାଚନ ମଣ୍ଡଳୀ ମାନଙ୍କୁ ବ୍ୟାପିବାରେ ଲାଗିଲାଣି। ଆଜି ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ସ୍ଥିତ dreams ବିଶ୍ୱବିଦ୍ୟାଳୟର ପ୍ରଥମ ସମବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ସାଲେପୁର ବିଜେପି ନେତା ହିମାଂଶୁ ମହାନ୍ତି କହେଁଇପୁର ପଂଚାୟତ ଠାରେ ପ୍ରାୟ ୧୫୦୦ ରୁ ୨୦୦୦ ସମର୍ଥକଙ୍କ ସହ ଅପେକ୍ଷା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଯିବା ସମୟରେ ଗତ ନିର୍ବାଚନରେ ସାଲେପୁରରେ ବିଜେପି ବିଧାୟକ ପାର୍ଥି ହୋଇଥିବା ଅରିନ୍ଦମ ରାୟ କଟକରୁ ନିଜସହ ଆଣିଥିବା କଟକୀ ସମର୍ଥକ ସାଲେପୁର ବିଜେପି ନେତା ହିମାଂଶୁ ଏବଂ ହିମାଂଶୁଙ୍କ ସମର୍ଥକଙ୍କୁ ଅଟକେଇବା ସହ ଧକ୍କା ମାରିଥିଲେ ଫଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଘଟଣା ସ୍ଥଳରେ କଟକ ଜିଲ୍ଲା ବିଜେପି ର ପ୍ରମୁଖ କାର୍ଯ୍ୟକର୍ତା ଏବଂ କଟକ ଏସପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ନିର୍ବାଚନ ପରଠାରୁ ଅରିନ୍ଦମ ବିଜେପି ର କୌଣସି କାର୍ଯ୍ୟକ୍ରମରେ ହିମାଂଶୁଙ୍କ ସମେତ ପ୍ରାୟ ପ୍ରମୁଖ ବିଜେପି କାର୍ଯ୍ୟକର୍ତା ଙ୍କୁ ନଡାକିବା ଏବଂ ମନମୁଖୀ କାର୍ଯ୍ୟ କରିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଏହି ସମସ୍ତ ଘଟଣାକୁ ଦେଖିଲେ ସାଲେପୁରରେ ଚାଲିଥିବା ଗୋଷ୍ଠୀକନ୍ଦଳ ସ୍ପଷ୍ଟ ବାରି ହୋଇ ପଡୁଛି। ପରବର୍ତୀ ମୁହୂର୍ତ୍ତରେ ପରିସ୍ଥିତି ଆୟତକୁ ଆସିଥିଲେ ହେଁ କଟକରୁ ଅରିନ୍ଦମଙ୍କ ସମର୍ଥକ ସାଲେପୁରରେ ଗଣ୍ଡଗୋଳ କରିବା ଘଟଣାକୁ ସାଲେପୁରବାସୀ ଦୃଢ଼ ନିନ୍ଦା କରିଛନ୍ତି। Post navigation HMPVକୁ ନେଇ ବୈଠକ ଡାକିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି