ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପ୍ରସଙ୍ଗ ସ୍ଥଗିତ ରହିଲା ଅନାସ୍ଥା ଭୋଟ୍ । ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଦେବାକୁ ଆସିଲେ ନାହିଁ ସମିତି ସଭ୍ୟ କି ସରପଞ୍ଚ । କେହି ନଆସିବାରୁ ଅପେକ୍ଷା କରି ଫେରିଯାଇଥିଲେ ନିର୍ବାଚନ ଅଧିକାରୀ । ଏହା ପରେ ଏହାକୁ ବାତିଲ କରି ଦିଆଯାଇଛି। ସୂଚନା ଅନୁସାରେ ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ । କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ। ଅନ୍ୟପଟେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । Post navigation ପୁରୀ ଚାଷୀଙ୍କୁ ମିଳିଲା କ୍ଷତିପୂରଣ ବୀମା ରାଶି ପୋଲିସ ମିତ୍ର ସହଦେବ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି