ରାଜ୍ୟର ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ବେଆଇନ ଆର୍ଥିକ କାରବାର ନେଇ ରତ୍ନାକର ରାଉତ ଓରଫ ଜୁଲୁଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ଠିକଣାରେ ଚଢ଼ାଉ ଆରମ୍ଭ ହୋଇଛି ଇଡି। ଢେଙ୍କାନାଳସ୍ଥିତ ବାସଭବନ, ହିନ୍ଦୋଳରେ ଥିବା ଫାର୍ମହାଉସ୍, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ତିନୋଟି ସ୍ଥାନରେ ଏକକାଳୀନ ଇଡି ଟିମ୍ ଖୋଳତାଡ଼ କରିଛି । ଏହା ସହ ବେଆଇନ ଆର୍ଥିକ କାରବାର, ଖଣି ନିୟମ ଉଲ୍ଲଂଘନ ଓ ସମ୍ପତ୍ତି ଅଧିଗ୍ରହଣ ନେଇ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ତେବେ ଏହି ଚଢ଼ାଉ ବେଳେ ଟଙ୍କା କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାଯାଇଛି। Post navigation ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ RPF ଏଏସ୍ଆଇ ଗିରଫ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ; ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣି ଉଠିଲା ପ୍ରଶ୍ନ