ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ। ଫେବୃଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଫେବୃଆରୀ ୮ରେ ରହିଛି ଭୋଟ୍ ଗଣତି । ସମସ୍ତ ୭୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାନୁୟାରୀ ୧୦ରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଜାନୁୟାରୀ ୧୭ରୁ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜାନୁୟାରୀ ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଫେବୃଆରୀ ୨୩ରେ ସରିବ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ। ଏହା ସହ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଅପିଲ କଲେ ମୁଖ୍ୟ ନିର୍ବାଚନ କମିଶନର ।

ଆୟୋଗଙ୍କ ମୁତାବକ ଦିଲ୍ଲୀରେ ମୋଟ ଭୋଟର ସଂଖ୍ୟା ରହିଛି ୧କୋଟି ୫୫ ଲକ୍ଷ । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ ଲକ୍ଷ ୪୯ ହଜାର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୭୧ ଲକ୍ଷ ୭୩ ହଜାର । ଦିଲ୍ଲୀରେ ୨୫ ଲକ୍ଷ ୮୯ ହଜାର ଯୁବ ଭୋଟର ରହିଥିବା ବେଳେ ପ୍ରଥମଥର ପାଇଁ ଭୋଟ୍ ଦେବେ ୨ ଲକ୍ଷ ୮ ହଜାର ଜଣ ।

ତାରିଖ ଘୋଷଣା ପୂର୍ବରୁ ୨୦୨୪ ନିର୍ବାଚନରେ ଆସିଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ସେ କହିଛନ୍ତି ଇଭିଏମ, ଓ ସନ୍ଧ୍ୟାରେ ଭୋଟ ପ୍ରତିଶତ ବଢିବା ଆଦି ଅଭିଯୋଗ ହୋଇଥିଲା । ହେଲେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଥିଲା, ଏହାର ପ୍ରମାଣ ମିଳିସାରିଛି । ଏଥିପାଇଁ ଭିନ୍ନ ଭିନ୍ନ ନିର୍ବାଚନରେ ଭିନ୍ନ ଦଳକୁ ସଫଳତା ମିଳିଛି । ଏହି ବିବିଧତା ଫଳାଫଳ ପ୍ରମାଣ କରୁଛି, ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଥିଲା ।

Leave a Reply

Your email address will not be published. Required fields are marked *