ଭାଗଚାଷୀଙ୍କୁ ମିଳିବ ନାହିଁ ସହାୟତା । ସରକାରୀ ସହାୟତାକୁ ଲକ୍ଷଲକ୍ଷ ଚାଷୀଙ୍କ ଅନାଇ ବସିଥିବା ବେଳେ ଭାଗଚାଷୀ ପାଇବେନି କୌଣସି ସହାୟତା ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷାରେ ଚାଷ ନଷ୍ଟ ପାଇଁ ଭାଗ ଚାଷୀଙ୍କୁ ମିଳିବନି କ୍ଷତିପୂରଣ। କେବଳ ମୂଳ ଚାଷୀ ହିଁ ପାଇବେ। ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନାହିଁ । ଭାଗଚାଷୀଙ୍କ ଦାବି ଉପରେ ସରକାର ଅବଗତ। ସେଥିପାଇଁ ଖୁବଶୀଘ୍ର ଭାଗଚାଷୀଙ୍କ ପାଇଁ ଆଇନ ଆସିବ । ସୂଚନା ଯୋଗ୍ୟ; ଅଦିନିଆ ବର୍ଷାରେ ଫସଲହାନୀ ବାବଦରେ ଜିଲ୍ଲାପାଳଙ୍କ ବିସ୍ତୃତ ରିପୋର୍ଟ ଅନୁଯାୟୀ ଅନୁଗୁଳ,ଭଦ୍ରକ,କଟକ,ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଭଳି ୧୬ ଜିଲ୍ଲାରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରାଯାଇଛି। Post navigation ହାତରୁ ଖସୁଛି ଆଇନ ଶୃଙ୍ଖଳା ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୁରକ୍ଷାରେ ତ୍ରୁଟି !