ଘଟଗାଁରେ ଖୋଲିଲା ଜଙ୍ଗଲ ସଫାରୀ । ସଫାରୀ ଗାଡ଼ିରେ ବସି ଏବେ ବନ୍ୟଜନ୍ତୁ ଦେଖିବେ ପର୍ଯ୍ୟଟକ । ଆଜିଠାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରୀ ଆରମ୍ଭ ହୋଇଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦଘାଟନ କରିଛନ୍ତି। ସଫାରୀ ଗାଡ଼ିରେ ମା’ଙ୍କ ପୀଠରୁ ୩ ଘଣ୍ଟା ବ୍ୟାପି ୪୦କିମି ଜଙ୍ଗଲରେ ବୁଲିବେ ପର୍ଯ୍ୟଟକ । ମୟୂରଭ୍ୟାଲି, ୱାଚ୍ ଟାୱାର, ଭିଉପଏଣ୍ଟ ଓ ଦରଗୁଡ଼ିଶିଲା ବୁଲିବେ ପର୍ଯ୍ୟଟକ ବୋଲି ସୂଚନା ମିଳିଛି । ଜଙ୍ଗଲ ସଫାରୀର ମଜା ନେବାକୁ ଚାହୁଁଥିଲେ ମା ତାରିଣୀ ମନ୍ଦିର ପରିସରରେ ଜଙ୍ଗଲ ସଫାରୀର ଟିକେଟ୍ ବୁକିଂ କାଉଣ୍ଟର ରହିବ । ସେଥିରେ ପର୍ଯ୍ୟଟକ ମାନେ ଟିକେଟ୍ ବୁକିଂ କରି ସଫାରୀ ଗାଡିରେ ବସି ଅଟେଇ ଜଙ୍ଗଲରେ ବନ୍ୟଜନ୍ତୁ ଦେଖିପାରିବେ। Post navigation ଆଚାର୍ଯ୍ୟ ବିହାରରୁ ବାଣୀବିହାର ରାସ୍ତାରେ ଜବରଦଖଲ ଉଚ୍ଛେଦ; ତୀବ୍ର ଉତ୍ତେଜନା ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ