ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ଦେବ ନୂଆ ଦିଗ । ଜାନୁଆରୀ ୧ରୁ ଝାରସୁଗୁଡା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁଆରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଝାରସୁଗୁଡ଼ାରୁ ସିଧାସଳଖ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ସେହିପରି ଭୁବନେଶ୍ୱରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌକୁ ବିମାନ ଉଡ଼ିବ । ଆଜି ଏହି ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । Post navigation ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଓଡ଼ିଶା ଆସୁଛି ଇ-ଡବଲ ଡେକର ବସ୍ ନୂଆବର୍ଷ ଉତ୍ସବ ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ