ଆଜି ସକାଳୁ ସକାଳୁ ରାଜ୍ୟରେ ହାଲୁକା ଧରଣର ବର୍ଷା ଲାଗି ରହିଛି । କୋହଲା ପାଗ ସାଙ୍ଗକୁ ବର୍ଷା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼େଇ ଦେଇଛି । ଆହୁରି ୨୪ ଘଣ୍ଟା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଏନେଇ ବୁଧବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ରାଜ୍ୟର ୮ ଜିଲ୍ଲା ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅଶଙ୍କା କରିଛି ପାଣିପାଗ ବିଭାଗ । ଆସନ୍ତା ୨୭ ତାରିଖରେ ପଶ୍ଚିମାଝଡ ସକ୍ରିୟ ହେବ ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ସାରା ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା କରାଯାଉଛି। କାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରୁ କମିବ ବର୍ଷା, ବଦଳିବ ପାଗ ।ବିଭିନ୍ନ ଜିଲ୍ଲାରେ ଦିନେରୁ ଦୁଇଦିନ ବର୍ଷା ହେବା ପରେ ତାପମାତ୍ରା ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ଷା ସରିବା ପରେ ଥରିବ ସାରା ଓଡ଼ିଶା । ଅନ୍ୟପଟେ ବର୍ଷା ଚାଷୀକୁଳକୁ ହଇରାଣ କରିଛି । ବର୍ଷାର ପ୍ରଭାବ ଅଧିକ ରହିଥିବାରୁ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ଅମଳ ଫସଲ ଯଥା ସମ୍ଭବ ଘୋଡେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି। Post navigation ଲୁଗା ଦୋକାନରୁ ଚୋରି ସନ୍ଦେହରେ ଯୁବକକୁ ମାରିଦେବା ଘଟଣା; ଏସ୍ଆଇ ସସ୍ପେଣ୍ଡ ପୁଣି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ଓଡ଼ିଶା ରାସ୍ତାଖୋଳି ବାଟ ଓଗାଳିଛି