କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ସାର୍ଥା ଫାଣ୍ତି ଅଧିକାରୀ ନିଲମ୍ବିତ । ଏସ୍ଆଇ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ନିଲମ୍ବନ କଲେ ଏସପି। ୨୨ ତାରିଖରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଚନ୍ଦ୍ର ଶେଖର ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସପି ।

ସୂଚନାଯୋଗ୍ୟ; ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଥିଲା ଅଭାବନୀୟ ଘଟଣା । ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ ପୂର୍ବରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରି ନେଇ ଥିଲେ । ହେଲେ ଦୁର୍ବୃତ୍ତଙ୍କର କୌଣସି ସନ୍ଧାନ ମିଳି ନଥିଲା । ଗତ ୨୨ ତାରିଖ ସକାଳେ ଅଜୟ ଦାସ ଏବଂ ତାଙ୍କ ଦୁଇ ପୂଅ ତାଙ୍କ ଦୋକାନ ରୁ ଚୋରି କରିଥିବା ସନ୍ଦେହରେ ୪ ଜଣଙ୍କୁ ପିଟିଥିଲେ ଦୋକାନୀ । ୩ ଜଣ ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଫାଣ୍ଡି ଠାରୁ ଅଳ୍ପ ଦୂରରେ ଘଟଣା ଘଟିଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି । ଅନ୍ଯପଟେ ସାମ୍ନାକୁ ଆସିଛି ସେ ଦିନର ଲୋମହର୍ଷଣକାରୀ ଘଟଣାର ଭିଡିଓ । ଯୁବକକୁ ଅତି ନୃଶଂସ ଭାବରେ ମାଡର ଭିଡିଓ ସାମ୍ନାକୁ ଆସିଛି । ହତ୍ଯା ଘଟଣାରେ ଅଭିଯୁକ୍ତ ବାପା ଏବଂ ପୂଅ ଗିରଫ ହୋଇଥିବା ବେଳେ ଅନ୍ଯ ମାନେ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *