କଂଗ୍ରେସ ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି କିନ୍ତୁ କଂଗ୍ରେସ ଆମ୍ବେଦକରଙ୍କୁ ନିୟମିତ ଅସମ୍ମାନିତ କରି ଆସିଛି । ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ବୋଲି କଂଗ୍ରେସ ଚାହୁଁ ନ ଥିଲା ।

ଯିଏ ତାଙ୍କ ବିରୋଧରେ ପ୍ରଚାର କରିଥିଲେ, ତାଙ୍କୁ ନିର୍ବାଚନରେ ପରାଜିତ କରିଥିବା ବ୍ୟକ୍ତିଙ୍କୁ ପଦ୍ମବିଭୂଷଣ ସମ୍ମାନ ଦେଇଛି କଂଗ୍ରେସ ସରକାର । ତେଣୁ କଂଗ୍ରେସ ପ୍ରଥମେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *