ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ନରାଜ୍ ଓମଫେଡ୍ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଣୁ କଟକ-ଭୁବନେଶ୍ୱରରେ ଓମଫେଡ୍ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସୂଚନା ଯୋଗ୍ୟ ଗତ ରବିବାର ଜଣେ ଓମଫେଡ୍ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିଲା ।ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିବାରୁ ଏତଲା ଦେଇଥିଲେ କର୍ତ୍ତୃପକ୍ଷ । ଏତଲା ପରେ ବାରଙ୍ଗ ଥାନାରେ ଡ୍ରାଇଭର ଅଟକ ରଖାଯାଇଛି । ଯାହାକୁ ବିରୋଧ କରି ଅନ୍ୟ ସହକର୍ମୀମାନେ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଅନ୍ୟପଟେ ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି ଡ୍ରାଇଭରଙ୍କୁ ଜାଣିଶୁଣି ମାଲିକ ଫସାଇ ଦେଇଛନ୍ତି । ମାଲିକଙ୍କ ତତ୍ୱାବଧାନରେ କ୍ଷୀର ଗାଡ଼ିରେ ଲୋଡ୍ ହୁଏ । ତେଣୁ ଅଧିକ କ୍ଷୀର କେମିତି ଆସିଲା କେଉଁଠୁ । ଯେପର୍ଯ୍ୟନ୍ତ ଡ୍ରାଇଭରଙ୍କୁ ପୋଲିସ ନ ଛାଡ଼ିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । Post navigation ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି; ପୁଣି ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ