ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କ ପାଇଁ ଖୁସିଖବର୍ । ଏଣିକି ଭଏସ୍ ଓ ଏସ୍ଏମ୍ଏସ୍ ପାଇଁ ଅଲଗା ଭାଉଚର ଜାରି କରିବେ ମୋବାଇଲ ସେବା ପ୍ରଦାନକାରୀ। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନର ବ୍ୟବହାର । ଟେଲିକମ ରେଗୁଲେସନ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ପକ୍ଷରୁ ଗତକାଲି ଏହି ନୂତନ ନିୟମ ଘୋଷଣା କରାଯାଇଛି । ଉପଭୋକ୍ତାଙ୍କ ସୁବିଧାକୁ ଆଖିରେ ରଖି ଭଏସ୍ କଲ୍ ଓ ଏସଏମଏସ ପାଇଁ ଏହି ସ୍ବତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ ବୋଲି କୁହାଯାଇଛି। ଟ୍ରାଇ ଟେଲିକମ୍ ଗ୍ରାହକ ସୁରକ୍ଷା (ଦ୍ବାଦଶ ସଂଶୋଧନ) ନିୟମାବଳୀ ୨୦୨୫ରେ ସଂଶୋଧନ କରି କହିଛି ଯେ ଭଏସ୍ ଓ ଏସ୍ଏମ୍ଏସ୍ କମ୍ବୋ ପ୍ୟାକ୍ କିଣିବା ଲାଗି ଗ୍ରହକ ଆଉ ବାଧ୍ୟ ହେବେ ନାହିଁ। ସେବା ପ୍ରଦାନକାରୀଙ୍କୁ ଅତି କମରେ ଏକ ସ୍ବତନ୍ତ୍ର ଶୁଳ୍କ ଭାଉଚର କେବଳ କଲ୍ ଏବଂ ଏସଏମଏସ ପାଇଁ ପ୍ରଦାନ କରିବାକୁ ପଡ଼ିବ । ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ଦିନକୁ ବୃଦ୍ଧି ନିର୍ଦେଶ ଦିଆଯାଇଥିବାବେଳେ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଏହି ଫାଇଦା ମିଳିବ ବୋଲି କୁହାଯାଇଛି। Post navigation ୟୁପିଆଇ ପେମେଣ୍ଟ ଭାଙ୍ଗିଲା ସବୁ ରେକର୍ଡ; ୧୧ ମାସରେ ୨୨୩ ଲକ୍ଷ କୋଟି କାରବାର ଆନ୍ଦୋଳନକୁ ଓହ୍ଲାଇଲେ ଓମଫେଡ୍ ଗାଡ଼ି ଡ୍ରାଇଭର; ବଜାରରେ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍