ଆଜି ଭାରତର ସମ୍ବିଧାନ ଗୃହୀତ ହେବାର ୭୫ ତମ ବାର୍ଷିକୀରେ ଲୋକସଭା ଆଲୋଚନା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶାସକ ଭାରତୀୟ ଜନତା ପାର୍ଟି ଏବଂ ଏହାର ଆଦର୍ଶ ପରାମର୍ଶଦାତା ସଂଗଠନ (ଆରଏସଏସ) କୁ ତୀବ୍ର ସମାଲୋଚନା କରିଛନ୍ତି। ଏହାକୁ ନେଇ ସବରକରଙ୍କ ଉପରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟ୍ କରିଛନ୍ତି।ଟ୍ବିଟ୍ କରି ସମାଲୋଚନା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚିଠିକୁ ପୋଷ୍ଟ କରି ସମାଲୋଚନା କରିଛନ୍ତି ସେ। ୧୯୮୦ରେ ଇନ୍ଦିରା ଗାନ୍ଧି ସବରକରଙ୍କୁ ଦେଶର ବରପୁତ୍ର ଲେଖିଥିବା ଦର୍ଶାଇ କହିଛନ୍ତି ଯେ ଏବେ କିପରି ରାହୁଲ ଗାନ୍ଧି ଭିନ୍ନ କଥା କହୁଛନ୍ତି। ସଂସଦ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଜି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ୧୯୮୦ ମସିହାରେ ସବରକରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଲେଖାଯାଇଥିବା ଚିଠିର ଫଟୋ ସେୟାର କରିଛନ୍ତି। ରାହୁଲ ଗାନ୍ଧୀ ଆଜି ଯେହେତୁ ଲୋକସଭାରେ ସବରକରଙ୍କୁ ନେଇ ଏକ ଭୁଲ ବିବୃତ୍ତି ଦେଇଛନ୍ତି। ତାହାକୁ ନଜରରେ ରଖି ସେ ଇନ୍ଦିରା ଗାନ୍ଧୀଙ୍କ ଚିଠିର ଫଟୋକୁ ପୋଷ୍ଟ କରିଥିଲେ। ସେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ସବରକରଙ୍କୁ ଭାରତର ଉଲ୍ଲେଖନୀୟ ପୁତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ତୁମ ଜେଜେମା ମଧ୍ୟ ସମ୍ବିଧାନର ବିରୋଧୀ ଥିଲେ କି? Post navigation ଅଗ୍ନି ପରୀକ୍ଷା ପୂର୍ବରୁ ମୋଦୀଙ୍କ ଶରଣରେ ନବୀନ କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ବର୍ଷିଲେ ମୋଦି