କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଆଜି ବିଜେଡିକୁ ଟାର୍ଗେଟ କରି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଖୁବଶୀଘ୍ର ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ମିଶିବାକୁ ଯାଉଛନ୍ତି । ଜଣେ ବରିଷ୍ଠ, ଆଉ ଜଣେ ଯୁବ ନେତା । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ । ସେଥିପାଇଁ ତାଙ୍କର ପାଖରେ ଆଉ କୌଣସି ବିକଳ୍ପ ନାହିଁ । କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡିର ସତ୍ତା ରହିବ ନାହିଁ । ଏହି ମନ୍ତବ୍ୟ ପରେ ରାଜନୀତିରେ ଏହା ଚର୍ଚ୍ଚାର ବିଷୟ ପଲଟିଯାଇଛି। ପ୍ରଥମେ ରାଜ୍ୟସଭାରେ ବିଜେଡି ନେତା ମମତା ତାପରେ ସୁଜିତ ଆଉ ୟା ପରେ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି । ଜୟନାରାୟଣ ମିଶ୍ର ଆଉ ମଧ୍ୟ କହିଛନ୍ତି ବିଜେପି ଯେଉଁଦିନ ହୁଇସିଲ୍ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯେଉଁ ଦିନ ବିଜେପି ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । ଗୋଟିଏ ଲୋକ ରହିବେନି, କେବଳ ନବୀନ ପଟ୍ଟନାୟକ ଏବଂ ପାଣ୍ଡିୟାନ ରହିଯିବେ । କିନ୍ତୁ ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ । ଦଳଟା ଥାଉ, ଶତ୍ରୁ ବଞ୍ଚିରୁହନ୍ତୁ ଆଉ ଅପମାନିତ ହୁଅନ୍ତୁ। ଆମର ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ କରିବା । ଯଦି ସମସ୍ତେ ଆସିବାକୁ ଚାହିଁବେ, ତେବେ ସ୍ୱାଗତ । Post navigation ଜାନୁଆରୀ ମାସରେ ଓଡିଶା ବିଜେପି ପାଇବ ନୂଆ ସଭାପତି କଳିଙ୍ଗ ଷ୍ଟାଡିୟମ୍ରେ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟିତ