ବାଙ୍ଗାଲୋରୁଠାରେ ଜଣେ ଏଆଇ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି । ୩୪ ବର୍ଷୀୟ ଅତୁଲ ସୁଭାଷ ନିଜ ପତ୍ନୀ ଏବଂ ଶାଶୂଙ୍କ ଉପରେ ଟଙ୍କା ପାଇଁ ନିର୍ଯାତନା ଦେଉଥିବାର ଆରୋପ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଡିସେମ୍ବର ୯ରେ ଘ୧.୨୦ମିନିଟର ଭିଡିଓ ଏବଂ ୨୪ ପୃଷ୍ଠାର ଏକ ଚିଠି ଜାରି କରି ତାଙ୍କ ପାଖରେ ଆତ୍ମହତ୍ୟା ଛଡା ଅନ୍ୟ କୌଣସି ଉପାୟ ନାହିଁ ବୋଲି ଉଲ୍ଲେଖ କରିଥିଲେ । ଅତୁଲ ଉତ୍ତରପ୍ରଦେଶର ଜୌନପୁର ଜଣେ ବିଚାରପତିଙ୍କ ଉପରେ ମଧ୍ୟ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ ନିଜ ଚିଠିରେ ଲେଖିଛନ୍ତି ଯେ, ବିଚାରପତି ଜଣକ ମାମଲାକୁ ରଫାଦଫା କରିବା ପାଇଁ ତାଙ୍କଠାରୁ ୫ ଲକ୍ଷ ଟଙ୍କା ମାଗିଥିଲେ । ଅତୁଲ ଚିଠିରେ ଏହା ମଧ୍ୟ ଲେଖିଥିଲେ ଯେ, ତାଙ୍କ ପତ୍ନୀ, ଶାଶୁ ଏବଂ ଜୌନପୁରର ବିଚାରପତି ତାଙ୍କୁ ଆତ୍ମହତ୍ୟା କରିବାକୁ କହିଥିଲେ । ବିହାରର ବାସିନ୍ଦା ଅତୁଲ ସୁଭାଷଙ୍କ ଶବ ବେଙ୍ଗଲୁରୁର ମଞ୍ଜୁନାଥ ଲେଆଉଟରେ ଥିବା ତାଙ୍କ ପ୍ଲାଟରୁ ଜବତ କରାଯାଇଛି । ପଡୋଶୀ ତାଙ୍କ ଘରର କବାଟ ଭାଙ୍ଗି ଘରେ ପଶିଥିଲେ । ସେତେବେଳେ ଅତୁଲଙ୍କ ଶବ ଫାନରେ ଝୁଲୁଥିଲା । କଠୋରୀରୁ ‘ଜଷ୍ଟିସ୍ ଇଜ୍ ଡିଉ’ ଅର୍ଥାତ ‘ନ୍ୟାୟ ବାକି ଅଛି’ ବୋଲି ଲେଖାଥୁବା ପ୍ଲାକାର୍ଡ ମିଳିଥିଲା । ଅତୁଲଙ୍କ ପରିବାରର ଅଭିଯୋଗକ୍ରମେ ପୁଲିସ୍ ଆତ୍ମହତ୍ୟା ପାଇଁ ଉସକାଇବାର ମାମଲା ରୁଜୁ କରିଛି । ଅତୁଲ ସୁଭାଷ ନିଜର ୨୪ ପୃଷ୍ଠାର ଚିଠିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଦେଶର କ୍ରିମିନାଲ ଜଷ୍ଟିସ୍ ସିଷ୍ଟମରେ ଥିବା ଦୋଷତ୍ରୁଟି ବିଷୟରେ ଲେଖିଥିଲେ ଏବଂ ପୁରୁଷଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯିବାର ଟ୍ରେଣ୍ଟ ବାବଦରେ ବତାଇଛନ୍ତି । ଏହାସହ ସେ ଲେଖିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କ ବିରୋଧରେ ଲଗାଇଥିବା ସମସ୍ତ ଆରୋପ ମିଥ୍ୟା ଏବଂ ସେ ନିର୍ଦ୍ଦେଷ । ତେଣୁ ମୁଁ କୋର୍ଟଙ୍କୁ ନିବେଦନ କରୁଛି ଯେ, ଏସବୁ ମିଥ୍ୟା ମାମଲାରେ ମୋର ବାପାମା’ ଏବଂ ଭାଇକୁ କଷ୍ଟଦେବା ବନ୍ଦ କରନ୍ତୁ । ଆତ୍ମହତ୍ୟା ପୂର୍ବରୁ ଅତୁଲ ଯେଉଁ ଘ୧.୨୦ମିନିଟର ଭିଡିଓ ଜାରି କରିଛନ୍ତି, ସେଥ୍ରେ ସେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାକୁ ବିସ୍ତୃତଭାବେ ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି ଯେ, ୨୦୧୯ରେ ଏକ ମାଟ୍ରିମନୀ ସାଇଟ୍ରୁ ମ୍ୟାଚ୍ ମିଳିବା ପରେ ସେ ବିବାହ କରିଥିଲେ । ଏହା ପରବର୍ଷ ତାଙ୍କର ଏକ ପୁଅ ହୋଇଥିଲା । ତାଙ୍କ ପତ୍ନୀ ଏବଂ ପତ୍ନୀଙ୍କ ପରିବାର ତାଙ୍କଠାରୁ ସର୍ବଦା ଟଙ୍କା ଦାବି କରିଥାନ୍ତି, ଯାହାକୁ ସେ ପୂରଣ ବି କରୁଥିଲେ । ସେ ଲକ୍ଷ ଲକ୍ଷ ଟଙ୍କା ପତ୍ନୀଙ୍କ ପରିବାରକୁ ଦେଇଥିଲେ । ହେଲେ ଯେତେବେଳେ ମୁଁ ଟଙ୍କା ଦେବା ବନ୍ଦ କରିଦେଲି, ପତ୍ନୀ ପୁଅକୁ ଧରି ତାଙ୍କ ଘରକୁ ପଳାଇଥିଲେ । ମୁଁ ପତ୍ନୀଙ୍କ ଭରଣପୋଷଣ ପାଇଁ ୪୦ ହଜାର ଟଙ୍କା ଲେଖାଏଁ ମାସକୁ ଦେଉଥିଲି । ହେଲେ ଏବେ ସେ ପିଲାର ପାଳନ ପାଇଁ ମାସକୁ ୨-୪ ଲକ୍ଷ ଟଙ୍କା ଦାବି କରୁଛନ୍ତି । ପତ୍ନୀ ମୋତେ ମୋ ପୁଅ ସହ ଦେଖା କରିବାକୁ ଦିଅନ୍ତି ନାହିଁ କି ଫୋନରେ ବି କଥା ହେବାକୁ ଦିଅନ୍ତନି ବୋଲି ଅତୁଳ କହିଛନ୍ତି । ମାମଲା ସେଟେଲ୍ କରିବାକୁ ମୋ ପତ୍ନୀ ପ୍ରଥମେ ୧କୋଟି ଟଙ୍କା ମାଗୁଥିବାବେଳେ ଏବେ ୩ କୋଟି ମାଗୁଛନ୍ତି । ଯେତେବେଳେ ମୁଁ କୋର୍ଟକୁ ପତ୍ନୀଙ୍କ ନିର୍ଯାତନା ସହିନପାରି ଅନେକ ଲୋକ ଆତ୍ମହତ୍ୟା କରୁଥିବା କଥା ଏନସିଆରବି ରିପୋର୍ଟରୁ ପ୍ରକାଶ ବୋଲି କହିଥିଲି, ସେତେବେଳେ ପତ୍ନୀ ମୋତେ ଆତ୍ମହତ୍ୟା କରିଦେବାକୁ କହିଥିଲେ । ବିଚାରପତି ମଧ୍ୟ ମୋ ପତ୍ନୀଙ୍କୁ ସମର୍ଥନ କରିଥିଲେ । Post navigation ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା: କୃଷ୍ଣଚନ୍ଦ୍ର ପାତ୍ର ପ୍ରଭାତୀ ପରିଡ଼ାଙ୍କୁ ‘ଅଲାଜୁକୀ’ କହିଲେ ସୁର ରାଉତରାୟ