ରୁଷ୍ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି । ରୁଷରେ ସିରିଆ ରାଜନୈତିକ ଶରଣ ଦେଇଛନ୍ତି ଭ୍ଲାଦିମିର ପୁଟିନ । ବଶର୍ ଅଲ୍-ଅସଦ୍ ନିଜ ପରିବାର ସହିତ ରୁଷିଆରେ ଏବେ ଅଛନ୍ତି। ଏହି କଥା ସ୍ପଷ୍ଟ କରିଛି ମସ୍କୋ। ଅସଦଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା କାରଣରୁ ରାଜନୈତିକ ଶରଣ ଦିଆଯାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ଏହା ସହ ସିରିଆର ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ସିରିଆ ରାଷ୍ଟ୍ରପତି ଦେଶରୁ ପଳାୟନ ପରେ ଏବେ ଦାମାସ୍କସ୍କୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ । ସୂଚନଯୋଗ୍ୟ; ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ ଗାଦିଚ୍ୟୁତ ହୋଇଛି। ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ସିରିଆନିୟନ୍ତ୍ରଣ ପାଇଁ ଗତ ୧୧ ଦିନ ହେଲା ସଂଘର୍ଷ ଜାରି ରହିଥିବା ବେଳେ ବିଦ୍ରୋହୀ ସଂଗ୍ରାମୀମାନେ ରବିବାର ରାଜଧାନୀ ଦମାସ୍କସ୍କୁ ଦଖଲ କରି ରାସ୍ତାରେ ଗୁଳି ଚଳାଇ ବିଜୟ ଉତ୍ସବ ପାଳନ କରିଛନ୍ତି। ଆସାଦଙ୍କ ପିତା ହାଫିଜ ଅଲ୍-ଆସାଦ ୧୯୭୧ରୁ ୨୦୦୦ ପର୍ଯ୍ୟନ୍ତ ସିରିୟା ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିଥିବାବେଳେ ଆସାଦ ୨୦୦୦ରୁ ତାଙ୍କର ଉତ୍ତରାଧିକାରୀଭାବେ କାର୍ଯ୍ୟ କରିଆସୁଥିଲେ। ଅନ୍ୟପଟେ ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। Post navigation ଦିଲ୍ଲୀର ଏକାଧିକ ସ୍କୁଲକୁ ମିଳିଲା ବୋମାମାଡ଼ ଧମକ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାର; କୁଟ୍ଟେ ଗଲେ ବିଏସ୍ଏଫ୍ ଆଇଜି ହୋଇ