ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସେ ନିଜ ସୋସିଆଲ ମିଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି । ଏହାସହ ଆହତ ଶିଶୁର ଚିକିତ୍ସା ବାବଦ ଖର୍ଚ୍ଚ ବହନ କରିବାକୁ ସେ ଘୋଷଣା କରିଛନ୍ତି । ସୂଚନଯୋଗ୍ୟ; ହାଇଦ୍ରାବାଦରେ ଫିଲ୍ମ ‘ପୁଷ୍ପା-୨’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଅଲ୍ଲୁ ଅର୍ଜୁନଙ୍କ ସମସ୍ତ ପ୍ରଶଂସକ ଏକାଠି ହୋଇଥିଲେ ଏବଂ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ସମୟରେ ପୁଲିସ ଲାଠିଚାର୍ଜ କରିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଛନ୍ତି। ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସିକ୍ଯୁରିଟି ଟିମ୍ ଓ ସନ୍ଧ୍ଯା ଥିଏଟରର ମ୍ଯାନେଜମେଣ୍ଟ ବିରୋଧରେ ହାଇଦ୍ରାବାଦ ପୋଲିସ ମାମଲା ରୁଜୁ କରିଥିଲା । ଚିକ୍କାଦପାଲ୍ଲି ପୋଲିସ ଷ୍ଟେସନରେ ୧୦୫, ୧୧୮ ଧାରାରେ ମାମଲା ରୁଜୁ ହୋଇଥିଲା । Post navigation ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍ ରାଜ୍ୟରେ ଅଭାବ ଅଛନ୍ତି ଡାକ୍ତର ଓ ନର୍ସ ଷ୍ଟାଫ୍