ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ବିରୋଧୀ ବିଜେଡ଼ି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଛନ୍ତି । ଚାକିରି ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରସଙ୍ଗ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ସାଙ୍ଘାତିକ କଥା କହିଲେ । ଏପରି କହିବା ଶୋଭନୀୟ ନୁହେଁ । କିଏ ଲାଞ୍ଚ ନେଇ ଚାକିରି ଦେଲା ତାହା ଆଗେ ତଦନ୍ତ କରନ୍ତୁ । ସରକାର ତାଙ୍କର, CBI ତଦନ୍ତ କରନ୍ତୁ । କିଏ ଲାଞ୍ଚ ନେଇଛି ଓ କିଏ ଲାଞ୍ଚ ନେଇ ଚାକିରୀ ପାଇଛି, ତାହା ସ୍ପଷ୍ଟ କରନ୍ତୁ । ନ ହେଲେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ସୂଚନଯୋଗ୍ୟ; ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶା ସାର୍ବଜନୀନ ପରୀକ୍ଷା ( ଅନୁଚିତ ସାଧନର ନିବାରଣ) ବିଧେୟକ, ୨୦୨୪ ବିଲ୍ ଆଗତ ବେଳେ ରଖିଥିବା ବିବୃତ୍ତି ଯେ ପୂର୍ବ ସରକାର ସମୟରେ ଏଏସଓ ଚାକିରି ବିକ୍ରି ହୋଇଥିଲା । ହୁଣ୍ଡା ମୂଲ୍ୟରେ ଚାକିରି ବଣ୍ଟନ କରାଯାଇଥିଲା । ଯଦି ଚାହିଁବେ ସେମାନେ ଏ ଗୃହରେ ବି ଆସିବେ କହିବେ। ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁ ଥିଲେ ପୂର୍ବ ସରକାର । Post navigation ଗୋ ହତ୍ୟା ବନ୍ଦ ଓ ସୁରକ୍ଷା ନେଇ ଆଗତ ହେଲା ବିଲ୍ ମୟୂରଭଞ୍ଜକୁ ୩ଟି ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି