ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ପହଞ୍ଚିଲା ୧୦ ଟ୍ରକ୍ ଆଳୁ । ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗରୁ ମଧ୍ୟ କିଛି ଆଳୁ ଗାଡ଼ି ଆସି ପହଞ୍ଚିଥିବା ସୂଚନା ମିଳିଛି । ଆଳୁ ଗାଡ଼ି ପହଞ୍ଚିବା ପରେ ବ୍ୟବସାୟୀ ମହାସଂଘ ମହାସଚିବ ସୂଚନା ଦେଇ କହିଛନ୍ତି ଆହୁରି ଗାଡ଼ି ପହଞ୍ଚିବ ।ତେବେ ୬୦ରୁ ୭୦ ଟ୍ରକ୍ ଆଳୁ ଗାଡ଼ି ପହଞ୍ଚିବା ପରେ ରେଟ୍ କମିବା ସମ୍ଭାବନା । ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆସୁଛି। ଏହା ସହିତ ମନ୍ତ୍ରୀ ପାତ୍ର ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇ କହିଛନ୍ତି, ଏବେ ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। କେଉଁଠି କେଉଁଠି ଅତି ବେଶିରେ ୪୦ ଟଙ୍କାରେ ବିକ୍ରି ହେଉଛି। ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ଯଦି କୌଣସି ବ୍ୟବସାୟୀ ଅଧିକ ଦରରେ ଆଳୁ ବିକ୍ରି କରିବେ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନଯୋଗ୍ୟ; ପଶ୍ଚିମବଙ୍ଗରୁ ଆଳୁ ଅମଳ ବିଳମ୍ବ ହେବା ଆଶଙ୍କାରେ ଓଡ଼ିଶାକୁ ଆଳୁ ନ ଦେବାକୁ ସେଠାକାର ସରକାର ନିଷ୍ପତି ନେଇଥିଲେ । ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ଆଳୁ ଦେବେ ବୋଲି ଘୋଷଣା କରିଥିଲେ । ଏହା ପରେ ଓଡ଼ିଶା ମାର୍କେଟରେ ମହଙ୍ଗା ମାଡ଼ ଦେଖା ଦେଇଥିଲା । Post navigation ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡ଼ି ଛାଡ଼ିଲେ ନୟନା ସାହୁ ଓ ଆଲୋକ କୁମାର ସାହୁ