ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ସ୍ବର ଉଠିବା ପରେ ଏହା ଉପରେ କଟକଣା ଜାରି କରାଯାଇଛି । ହେଲେ ନାଟକରେ ଯେଉଁଭଳି ପାଶବିକ ଦୃଶ୍ୟ ପରିବେଷଣ ହୋଇଛି ତାହା ଖାଲି ପରିବେଶବିତକୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ଯ ସ୍ତବ୍ଧ କରିଛି। ପୌରାଣିକ ନାଟକ ରାମାୟଣକୁ ନେଇ ମଞ୍ଚସ୍ଥ ହେଉଥିଲା ନାଟକ । ଆଉ ନାଟକରେ ଅସୁର ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ମଞ୍ଚରେ ଥିବା ଏକ ଜୀଅନ୍ତା ଘୁଷୁରୀକୁ ମାରି ଖାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ରାଲବ ଗାଁର। ଯେଉଁ ଭିଡିଓଟି ଭାଇରାଲ ହେବାରେ ଲାଗିଛି ତାହା ଗତ ୨୪ତାରିଖର। ନାଟକ ମଞ୍ଚସ୍ଥ ସମୟରେ ରେ ଅସୁର ଭୂମିକାରେ ଥିବା ୫ଜଣ କଳାକାର ଏକ ଘୁଷୁରୀର ପେଟ ଚିରି ଅନ୍ତବୁଜୁଳା ବାହାର କରିବା ସହ କଞ୍ଚା ମାଂସ ଖାଉଥିବା ଦେଖାଦେଇଛି। ମଞ୍ଚରେ ଏହି ଘୁଷୁରୀଟି ଝୁଲି ରହିଥୁଲା। ଅଭିନୟ ଅନୁସାରେ ଏହି କଳାକାରମାନେ ଯେତେବେଳେ ଘୁଷୁରୀର ପେଟ ଚିରିଥିଲେ ସେତେବେଳେ ସେ ଛଟପଟ ହେଉଥିଲା । ପରେ ତା’ର ଗୋଡ଼ ବାନ୍ଧିଥିଲେ ଏବଂ ଅନ୍ତବୁଜୁଳା ବାହାର କରିଥିଲେ। କିଛି କଳାକାର କଳା କଞ୍ଚା ମାଂସକୁ ଚୋବାଇ ଥିଲେ। ଶହଶହ ଲୋକ ଏହାକୁ ଦେଖୁଥିଲାବେଳେ କେହି କିନ୍ତୁ ପ୍ରତିବାଦ କରିନଥିଲେ। ଦୀର୍ଘ ସମୟ ଧରି ଏଭଳି ଘଟଣା ଘଟିଥିଲା। ଖାଲି ଘୁଷୁରୀକୁ ମାରିନଥିଲେ ବରଂ ମଞ୍ଚରେ ବିଷାକ୍ତ ସାପକୁ ଧରି କଳାକାରମାନେ ଖେଳଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନାଟକ ହେବା ନାଁରେ କଳାକାରମାନେ ବନ୍ୟପ୍ରାଣୀ ଆଇନକୁ ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଭିତରେ ତୁରନ୍ତ କଳାକାର, ନାଟକର ଆୟୋଜକ ଓ ଓ ଅନ୍ୟ ଲୋକ କଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ଉଠିଛି। ଅନେକ ଯାତ୍ରାର ଅଶ୍ଳୀଳ ନୃତ୍ୟକୁ ସନ ଏଭଳି ନାଟକ ଅଭିଯୋଗ କରିଛନ୍ତି ଏଭଳି ଘଟଣା ଯାତ୍ରା ଟପିଯାଇଛି। ତୁରନ୍ତ ସରକାର ଓ ପ୍ରଶାସୀ ଉପରେ କଟକଣା ଲାଗୁ କରନ୍ତୁ। Post navigation ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ! ନୀଳାଚଳରେ ସବୁଜ ବନାନୀକୁ ଧ୍ୱଂସ ଉଦ୍ୟମ; ମାନିଲେନି କେନ୍ଦ୍ର ସରକାରଙ୍କ ସର୍ତ୍ତ, କାଟିଦେଲେ ହଜାରହଜାର ଗଛ