ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ ଆକ୍ଷେପ ମାମଲା ରୁଜୁ ହୋଇଛି । ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ କରିଥିବା କୋର୍ଟଙ୍କୁ ଅବଗତ କଲା ଯାଜପୁର ପୋଲିସ । ବିରଜା ହାଟ ଗଣ୍ଡଗୋଳ ଘଟଣାରେ ଜାତିଆଣ ମାମଲା ଥିବା ଅବଗତ କଲା ଯାଜପୁର ପୋଲିସ । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ସୂଚନା ଯୋଗ୍ୟ; କିଛି ଦିନ ପୂର୍ବରୁ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ବିବାଦ ଚାଲିଥିବାବେଳେ ବ୍ୟବସାୟୀଙ୍କ ପରିବା ଫୋପାଡ଼ିବା ଓ ଆକ୍ରମଣକୁ ନେଇ ଭବ ପ୍ରସାଦ ଦାସଙ୍କ ନାମରେ ଅଭିଯୋଗ କରିଥିଲେ ବ୍ୟବସାୟୀ । ସେହି ପରି ପୁଲିସର ବିନା ଅନୁମତିରେ ରାସ୍ତା ରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଯାଜପୁର ଟାଉନ ଥାନାରେ ଭବ ଦାସ ନାମରେ ୪ ଟି ପୃଥକ ପୃଥକ ମାମଲା ହୋଇଥିଲା । ୩ଟି ଅଭିଯୋଗ ବ୍ୟବସାୟୀ କରିଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି । ଆଜି ଆଉ ଏକ ମାମଲା ଜାତିଆଣ ଆକ୍ଷେପ ଅଭିଯୋଗରେ ରୁଜୁ ହୋଇଛି। ଏହାକୁ ମିଶେଇ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ହୋଇଛି । Post navigation ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ ଜୟନାରାୟଣଙ୍କ ବିସ୍ଫୋରକ ବୟାନ; ‘ମୁଁ ଜଣେ ତଡ଼ାଖିଆ’