ଝାଡ଼ଖଣ୍ଡର ଝାଡ଼ଖଣ୍ଡରେ ଶପଥ ନେଲେ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ।ଆଜି ରାଞ୍ଚିର ମୋରହାବାଦୀ ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ଵାର ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏଥିସହ ଚତୁର୍ଥ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ, ତାମିଲନାଡୁରୁ ଉଦୟନିଧି ଷ୍ଟାଲିନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିହାରର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ, କଂଗ୍ରେସ ନେତା ତାରିକ ଅନଓ୍ଵର, ସ୍ଵାଧୀନ ସାଂସଦ ପପ୍ପୁ ଯାଦବ ଆଦି ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୨୩ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ୫୬ ସିଟ୍ରେ ଜିତି ସରକାର ଗଠନ କରିଛି। ବିଜେପି ନେତୃତ୍ଵାଧୀନ ଏନଡିଏ ୨୪ ଆସନରେ ସୀମିତ ରହିଛି। ନିର୍ବାଚନ ଫଳାଫଳ ଆସିବା ପରେ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି କରିଥିଲେ। ଏହାପରେ ଇଣ୍ଡିଆ ମେଣ୍ଟର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଥିଲା । Post navigation ଓଡ଼ିଶାରେ ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ର ହେଲା ଟିକସମୁକ୍ତ ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ