ପୁଣି ଥରେ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରିଛି ପଶ୍ଚିମବଙ୍ଗ ସରକାର । ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ସ୍ପଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫଳରେ ପଶ୍ଚିମବଙ୍ଗ ସୀମାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି । ଅନୁମତି ନଥିବାରୁ ବେଲଦା ନିକଟରେ ଅଟକିଛି ଆଳୁ ଟ୍ରକ । ପଶ୍ଚିମବଙ୍ଗରେ ଆଳୁ ଦର ନ କମିବା ଯାଏ ରପ୍ତାନି ବନ୍ଦ ରହିବା ସୂଚନା । ସୂଚନା ଯୋଗ୍ୟ; ଗତକାଲି ଆଳୁ ଏବଂ ପିଆଜ ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଅନ୍ୟ ରାଜ୍ୟକୁ ଆଳୁ ନ ଦେବାକୁ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି । ମମତା କହିଛନ୍ତି ନୂଆ ଆଳୁ ଆସୁ ଆସୁ ଜାନୁୟାରୀ କିମ୍ବା ଫେବୃୟାରି ହୋଇଯିବ । ତେଣୁ ନୂଆ ଆଳୁ ନ ଆସିବା ଯାଏଁ ବାହାରକୁ ଆଳୁ ଯିବନି । ତେଣୁ ପ୍ରଥମେ ନିଜ ରାଜ୍ୟର ଲୋକେ ପ୍ରଥମେ ଆଳୁ ପାଇବେ ବୋଲି ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଫଳରେ ବେଲଦା ନିକଟସ୍ଥ ଲକ୍ଷ୍ମଣନାଥ ଟୋଲ ଗେଟ, ଶ୍ୟାମପୁରା ଏନଏଚ, ଦାତନ, ବାମନପୁକୁରୁ ଓ ସୋନାକୋନିଆ ନିକଟରେ ଗାଡ଼ି ଗୁଡ଼ିକୁ ପଶ୍ଚିମବଙ୍ଗ ପୁଲିସ ଅଟକାଇ ରଖିଛି । Post navigation ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବା ପାଇଁ ଦରକାର କଠୋର ଆଇନ୍ : ଅଶ୍ବିନୀ ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା