କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର କହିଛନ୍ତି ଯେ ସୋସିଆଲ୍ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବା ପାଇଁ ଦରକାର କଡ଼ା ଆଇନ୍ । ଯେଉଁ ଦେଶରୁ ଏଭଳି କଣ୍ଟେଣ୍ଟ ଅର୍ଥାତ୍ ଅଶ୍ଳୀଳ ବିଷ‌ୟବସ୍ତୁ ଆସୁଛି, ତାହା ଆମ ସଂସ୍କୃତି ଠାରୁ ସମ୍ପୂର୍ଣ୍ଣ ଅଲଗା । ଏହା ଆଦୌ ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯେ ସଂସଦର ସ୍ଥାୟୀ ସମିତିକୁ ଏହି ପ୍ରସଙ୍ଗରେ ବିଚାର କରିବା ଦରକାର । ଏଥିସହ ସେ ଏହାକୁ ରୋକିବା ପାଇଁ କଡ଼ା ଆଇନ୍ ବନାଇବା ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି ।

ବୁଧବାର ସଂସଦର ଦ୍ବିତୀୟ ଦିବସରେ ସାଂସଦ ଅରୁଣ ଗୋଭିଲଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅଶ୍ବିନୀ । ଗୋଭିଲ କହିଥିଲେ ଯେ ସୋସିଆଲ ମିଡିଆରେ ଏବେ ମନ ଇଚ୍ଛା ଅଶ୍ଳୀଳ କଣ୍ଟେନ ଦେଖିବାକୁ ମିଳୁଛି । ଏହା ଯୁବଗୋଷ୍ଠୀଙ୍କୁ ବେଶ୍ ପ୍ରଭାବିତ କରୁଛି । ତେଣୁ ଏହା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବା ଦରକାର । ଜବାବରେ ବୈଷ୍ଣବ କହିଥିଲେ ଯେ ସୋସିଆଲ୍ ମିଡିଆ ଯୁଗରେ ପୂର୍ବରୁ ଖବରକାଗଜମାନଙ୍କରେ ଯାହାସବୁ ଛପା ଯାଉଥିଲା ତାକୁ ଯାଞ୍ଚ କରାଯାଉଥିଲା । ଜଣାପଡ଼ୁଥିଲା ଏହା ଠିକ୍ ନା ଭୁଲ୍ । ବର୍ତମାନ ସୋସିଆଲ୍ ମିଡିଆ ଯୁଗ ରେ ଏହା ସମ୍ଭବ ହେଉନାହିଁ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅବୈଧ ଭାବେ ଅଶ୍ଳୀଳ ଏବଂ ସେକ୍ସ ସମ୍ବନ୍ଧୀୟ ସାମଗ୍ରୀର ଯେଉଁ ପ୍ରସାରଣ ହେଉଛି ତାକୁ ନିଶ୍ଚିତ ଯାଞ୍ଚ କରାଯିବ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆଇନକୁ ଆହୁରି ଅଧିକ କଠୋର କରିବା ପାଇଁ ଆବଶ୍ୟକ‌ତା ଅଛି ବୋଲି କହିଛନ୍ତି ଅଶ୍ବିନୀ ।

Leave a Reply

Your email address will not be published. Required fields are marked *