ଆଜି ବିଧାନସଭାରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ ଦେବାକୁ ପ୍ରସ୍ତାବ ରହିଛି କି ? ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଆଦାନୀ କିଣିଥିବା ଜମି ପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ । କିନ୍ତୁ ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆମ ସରକାର ଅନୁମତି ଦେବେନି । ସେମିତି କିଛି ହେଲେ ମୁଁ ଆପଣଙ୍କ ସହ ଆନ୍ଦୋଳନକୁ ଓହ୍ଲାଇବି ।  ଆଦାନୀକୁ କେବେ ବି କାରଖାନା କରିବାକୁ ଦେବୁ ନାହିଁ ।

ସୂଚନା ଯୋଗ୍ୟ; ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁମତି ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନି ହାତକୁ ଟେକି ଦେବାକୁ ଯାଉଛନ୍ତି।

ସେ ଆଉ ମଧ୍ୟ କହିଥିଲେ ଯେ, ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା, ତାହାକୁ ସରକାର ନଷ୍ଟ କରିବାକୁ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ । ଏହାସହ ରାଜ୍ୟ ସରକାରଙ୍କ ବିନା ଯଦି ଆଦାନୀ ଗ୍ରୁପ ଜମି କିଣିବାକୁ ସରକାର ଅନୁମତି ନ ଦେଇଛନ୍ତି ତେବେ ସରକାର ସେ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ।

 

Leave a Reply

Your email address will not be published. Required fields are marked *