କଟକ-ଭୁବନେଶ୍ଵରରେ ବାଂଲାଦେଶୀ ଯୁବତୀମାନଙ୍କ ଅନୁପ୍ରବେଶ ବଢିବାରେ ଲାଗିଛି । ଖାଲି ବାଂଲାଦେଶୀ ନୁହେଁ, ଏହିଭଳି ଅନ୍ୟ ରାଜ୍ୟରୁ ମଧ୍ୟ ଯୁବତୀମାନଙ୍କୁ ଆଣି ଦଲାଲମାନେ ଏଠାରେ ଚଳାଉଛନ୍ତି ସେକ୍ସ କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ରୁ ଅଧିକ ଦଲାଲ ଏହି ଯୁବତୀମାନଙ୍କୁ ଆଣି କଟକ-ଭୁବନେଶ୍ଵର ସମେତ ବିଭିନ୍ନ ସ୍ଥାନରେ ରଖି ସେହି କାରବାର ଚଳାଉଛନ୍ତି ।

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏବେ କମିଶନରେଟ୍ ପୁଲିସର ବଢ଼ିଛି ଟେନସନ । ପୁଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରିଛି । ଉଦ୍ଧାର ହୋଇଥିବା ନାବାଳିକାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି । ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଉଦ୍ଧାର ହୋଇଥିବା ନାବାଳିକା ବାଂଲାଦେଶର । ଏନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ, ୫ ଜଣ ବ୍ୟକ୍ତି ତାଙ୍କୁ ବାଂଲାବେଶରୁ ଓଡ଼ିଶା ଆଣିଛନ୍ତି।

ଏହି ୫ ଜଣଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶୀ, ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକ। ସୋସିଆଲ ମିଡିଆରେ ଚାକିରିର ଅଫର ଦେଇ ନାବାଳିକାଙ୍କୁ ଓଡିଶା ଅଣାଯାଇଥିବା ସ୍ପଷ୍ଟ ହୋଇଛି। ତେବେ ମ୍ୟାକେଟରେ ଥିବା ଯୁବକମାନଙ୍କ ବିଷୟରେ ନାବାଳିକା ବେଶୀ କିଛି କହି ପାରୁନାହାନ୍ତି । ନାବାଳିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଛି । ନାବାଳିକାଙ୍କୁ ଦୁଷ୍କର୍ମ ସଂପର୍କରେ ସ୍ପଷ୍ଟ ହୋଇନଥିବା କହିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *