କେନ୍ଦ୍ରୀୟ ବୋର୍ଡ଼ ଢାଞ୍ଚାରେ ରାଜ୍ୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୁଯୋଗ ଦେବାଲାଗି ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ଚଳିତବର୍ଷ ଏଥିରେ ପରିବର୍ତନ କରିଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା ୧୨୦ ମାର୍କ ବିଶିଷ୍ଟ ହେଉଥ୍ ବାବେଳେ ଚଳିତବର୍ଷ ଠାରୁ ଏହାକୁ ହ୍ରାସ କରାଯାଇଛି । ପୂର୍ବ ପରୀକ୍ଷା ଢାଞ୍ଚାରେ ୧୦୦ ମାର୍କ ଥିଓରୀ ଏବଂ ୨୦ ମାର୍କ ପ୍ରାକ୍ଟିକାଲ ରଖାଯାଇଥିବା ବେଳେ ପରିବର୍ତ୍ତିତ ବ୍ୟବସ୍ଥାରେ ୧୦୦ ମାର୍କ ଉପରେ ପରୀକ୍ଷା ଦେବେ । ଏହି ୧୦୦ ମାର୍କରୁ ୮୦ ଥିଓରୀ ରହିଥିବାବେଳେ ୨୦ ମାର୍କ ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ କରାଯିବ । ୮୦ ମାର୍କର ପରୀକ୍ଷା ଦେଇ ସର୍ବନିମ୍ନ ୨୪ ମାର୍କ ରଖିଲେ ଛାତ୍ରଛାତ୍ରୀମାନେ ପାସ୍ କରିବା ସହଜସାଧ୍ୟ ହେବ । ଯୁକ୍ତଦୂଇ ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷା ଚାପ ହଟାଇବା ଏବଂ ପ୍ରଶ୍ନଗୁଡ଼ିକ ଅଧିକ ମାତ୍ରାରେ ସଂକ୍ଷିପ୍ତ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ଶିକ୍ଷାବର୍ଷରୁ ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ ନୂଆ ଢାଞ୍ଚାରେ ପରୀକ୍ଷା ଦେବେ । ପୂର୍ବରୁ ବିଷୟଭିଭିକ ପ୍ରଶ୍ନଗୁଡ଼ିକ ବୀର୍ଘ ଏବଂ ଏହାର ମାର୍କ ୧୦ରୁ ୧୫ ରହୁଥିବାବେଳେ ଏବେ ଏହାକୁ ସଂକ୍ଷିପ୍ତ କରାଯିବ । ସର୍ବାଧିକ ସଂକ୍ଷିପ୍ତ ପ୍ରଶ୍ନବଳି ଆସିବ। ପୂର୍ବରୁ ବିଷୟଭିତ୍ତିକ ପ୍ରଶ୍ନ ଗୁଡିକରେ ୧୦ରୁ ୧୫ ମାର୍କ ରହୁଥିବାବେଳେ ଏବେ ପ୍ରଶ୍ନକୁ ସହଜ କରାଯାଇ ୭ରୁ ୧୦ ମାର୍କ ରଖାଯିବ । ଛାତ୍ରଛାତ୍ରୀମାନେ ଯେପରି ପରୀକ୍ଷାରେ ଅଧିକ ନମ୍ବର ରଖି ପାରିବେ ତାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ପରିଷଦ ପରୀକ୍ଷାରେ ଅଧିକ ସଂକ୍ଷିପ୍ତ ପ୍ରଶ୍ନକୁ ପ୍ରାଧାନ୍ୟ ଦେଇଛନ୍ତି । ଯେପରି କେନ୍ଦ୍ରୀୟ ବୋର୍ଡ଼ ନିଜର ପ୍ରଶ୍ନ ଗୁଡି଼କ ଏହିଭଳି ଢାଞ୍ଚା ବ୍ୟବହାର କରିଆସୁଛି, ସିବିଏସ୍ର ତାହା ଉପରେ ତର୍ଜମା କରିଛି। ଓଡି଼ଶାରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ରଖୁବାକୁ ହେଲେ ଏହି ଢାଞ୍ଚାର ଆବଶ୍ୟକତା ଥିବାରୁ ଚଳିତବର୍ଷଠାରୁ ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୂଆ ପଦ୍ଧତିରେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀମାନେ କେବଳ ୮୦ ମାର୍କ ଉପରେ ପରୀକ୍ଷା ଦେବେ । ଶିକ୍ଷା ଅନୁଷ୍ଠାନ କର୍ତ୍ତୃତ୍ବରେ ରହୁଥିବା ଇଣ୍ଟରନାଲ ଆସେସ୍ମେଣ୍ଟ ମାଧ୍ୟମରେ ୨୦ ନମ୍ବର ମାର୍କ ଉପରେ ଚୟନ କରି ପାରିବେ । ଏହାଦ୍ଵାରା ବିଜ୍ଞାନ ଛାତ୍ର ଛାତ୍ରୀମାନେ ଅଧିକ ସଫଳତା ପାଇପାରିବେ । ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଶିକ୍ଷା ନେଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପରୀକ୍ଷା ବିଶେଷ ସହାୟତା କରିପାରିବ । ପରିବର୍ତ୍ତିତ ପଦ୍ଧତିରେ ପରୀକ୍ଷା କରାଗଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳାଫଳରେ ସର୍ବଭାରତୀୟ ସ୍ତରରେ ଆଗରେ ରହିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । Post navigation ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଥିବା ମହିଳାଙ୍କୁ କାଲି ମିଳିବ ଟଙ୍କା