ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୩ ସୁଦ୍ଧା ଲଘୁଚାପରେ ପରିଣତ ହେବ । ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ସ୍ପଷ୍ଟ ହୋଇନି । ରାଜ୍ୟରେ ଶୀତ ଅନୁଭୂତ ହେଉଥିବାବେଳେ ଲଘୁଚାପ ସୃଷ୍ଟି ଚିନ୍ତାର କାରଣ ପାଲଟିଛି ।

Leave a Reply

Your email address will not be published. Required fields are marked *