୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।ରାଜ୍ୟରେ ବୀମା ହାର ଜାତୀୟସ୍ତର ତୁଳନାରେ କମ୍ ରହିଥିବାରୁ ଆସନ୍ତା ୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ବୀମା । ତେଣୁ ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଚାର ବିମର୍ଶ ଆରମ୍ଭ ହୋଇଛି ।

ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗତକାଲି ଲୋକସେବା ଭବନରେ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ(ଆଇଆରଡିଏ) ସଦସ୍ୟ ସଚିବ ସତ୍ୟଜିତ୍ ତ୍ରିପାଠୀ ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଭେଟି ରାଜ୍ୟରେ ବୀମା ପ୍ରସାରଣ ବୃଦ୍ଧି କରିବା ବା ଅଧିକ ଲୋକଙ୍କୁ ବୀମାଭୁକ୍ତ କରିବା ଉପରେ ଆଲୋଚନା କରିଛନ୍ତି । ଜାତୀୟହାର ତୁଳନାରେ ହାର କମ୍ ଥିବା କାରଣରୁ ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖାଯାଇ ଆଲୋଚନା ହୋଇଛି । ବୀମା ପ୍ରସାରଣ ବୃଦ୍ଧି ଓ କଭରେଜ୍‌ରେ ଉନ୍ନତି ପାଇଁ ଆଲୋଚନା ହୋଇଛି । ଏହି ବୈଠକରେ ଆଇଆରଡିଏ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *