ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତକ ଙ୍କ ସଂଖ୍ୟା ଆଜି ତିନି କୁ ବୃଦ୍ଧି ହେବା ପରେ ବିଜୁ ଜନତା ଦଳ ରାଜ୍ଯ ସରକାରଙ୍କୁ ପୁଣି ନିନ୍ଦା କରିଛି । ଏହା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି କହିଛି । କନ୍ଧମାଳ ଜିଲ୍ଲାର ମଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ଯ ଛଅ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଏହି ୬ ଜଣଙ୍କ ମଧ୍ଯରୁ ଜଣଙ୍କର ଆଜି ମୃତ୍ୟୁ ଘଟିଛି, ଯାହା ମୋଟ ମୃତ୍ୟୁ ସଂଖ୍ୟାକୁ ତିନି ଛୁଇଁଛି , ଯାହା ରାଜ୍ଯ ପାଇଁ ପୁଣି ଥରେ ଲଜ୍ଜା ଆଣିଛି।

ଏହି ଦୁଃଖଦ ଘଟଣା ଯୋଗୁଁ, ରାଜ୍ଯରେ ଏକ ନୂତନ ସରକାର ଗଠନ ହେତୁ ଏକ ତିକ୍ତ ତଥ୍ଯ ସାମ୍ନାକୁ ଆସିଛି ଯେ ରାଜ୍ଯରେ ଖାଦ୍ଯ ଅଭାବରୁ ମୃତ୍ୟୁ ଘଟୁଛି। ପ୍ରଶାସନ ସଚେତନ ହେବା ପରିବର୍ତ୍ତେ, ଏହି ଦୁଃଖଦ ଘଟଣାକୁ ଲୁଚାଇବା ପାଇଁ ଭୁଲ ସୂଚନା ପ୍ରଦାନ କରୁଛି ବୋଲି ବିଜେଡି ଦାବି କରିଛି |

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦ୍ବାରା ଦିଆ ଯାଇଥିବା ମନ୍ତବ୍ୟ ଯେ ଆମ୍ବ ଟାକୁଆ ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ ଅତ୍ଯନ୍ତ ଅନ୍ତ ଦୁର୍ଭାଗ୍ୟଜନକ I ତେଣୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗିବା ସହିତ ନିଜ ପଦବୀରୁ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ।

Leave a Reply

Your email address will not be published. Required fields are marked *