ବିଦ୍ୟୁତ ତାର ନେଲା ଏକାଥରରେ ୩ ହାତୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେଥିରେ ୨ଟି ବଡ଼ ହାତୀ ଓ ଗୋଟିଏ ଛୁଆ ହାତୀ ଥିବା ଜଣାପଡ଼ିଛି । ଏ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସୂଚନଯୋଗ୍ୟ; ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଜଙ୍ଗଲରେ ୩ଟି ହାତୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ହାତୀ ମୃତ୍ୟୁ ଖବର ନେଇ ଲୋକେ ବନ ବିଭାଗକୁ ଜଣାଇଥିଲେ । ଏହା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ଅନ୍ୟପକ୍ଷରେ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିନ ବିଭାଗ ମୁଖ୍ୟ ପିସିସିଏଫ୍ ସୁଶାନ୍ତ ନନ୍ଦ । ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡ଼ି ୩ ହାତୀର ଜୀବନ ଯାଇଛି ବୋଲି କହିଛନ୍ତି । ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବ ବନ ବିଭାଗ ମୁଖ୍ୟ ସ୍ୱୀକାର କରିଛନ୍ତି । ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ଏକା ସଙ୍ଗେ ୩ଟି ହାତୀ ମୃତ୍ୟୁ ବରଣ କରିବା ଦୁର୍ଭାଗ୍ୟ ଜନକ । ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ ତାରକୁ ହାତୀ ମୃତ୍ୟୁ ହୋଇଛି । ଏହା ସହ ସିସିଏଫ୍ ଓ ଆର୍ସିସିଏଫ୍ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ । ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ପିସିସିଏଫ କହିଛନ୍ତି । Post navigation ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ସରକାରୀ ଜମିରେ ତିଆରି ହୋଇଛି ବୈକୁଣ୍ଠଧାମ ଆଶ୍ରମ !