ଭରତପୁର ଥାନା ଏବଂ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ମାମଲାରେ ଗଠିତ ହୋଇଥିବା ତଦନ୍ତ କମିଶନଙ୍କ ଅଧ୍ୟକ୍ଷ ଥିବା ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର । ୨୦୨୫, ଜାନୁୟାରୀ ୩୧ ପର୍ଯ୍ୟନ୍ତ ତଦନ୍ତ କମିଶନର ଅଧ୍ୟକ୍ଷ ପୂର୍ବତନ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାରୀ ବୃଦ୍ଧି ହୋଇଛି । ଏ ନେଇ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୨୨ରୁ ନଭେମ୍ବର ୨୨ ଯାଏ ୬୦ ଦିନ କାର୍ଯ୍ୟକାଳ ରହିଥିଲା । ମାମଲାର ତଦନ୍ତ ରିପୋର୍ଟ ୬୦ ଦିନ ମଧ୍ୟରେ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପୂରଣ ନ ହୋଇଥିବାରୁ କମିଶନଙ୍କ କାର୍ଯ୍ୟକାଳ ବଢ଼ିଛି । Post navigation ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଅମିନ ସସ୍ପେଣ୍ଡ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ମିଳିଲା ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ