ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ଯ ସରକାର ଦେଶର ଅଧିକରୁ ଅଧିକ ସ୍ଥାନକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବେ। ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ଏକ ଘୋଷଣା ପ୍ରକାଶ କରିଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଏବଂ ଲକ୍ଷ୍ନୌ ପାଇଁ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବ। ସେହିଭଳି ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାଯ଼ପୁର, ଲକ୍ଷ୍ନୌ ଏବଂ ମୁମ୍ବାଇ ଗନ୍ତବ୍ଯସ୍ଥଳକୁ ସିଧାସଳଖ ବିମାନ ଚଳାଚଳ କରିବ। ସିଏମଓ ପୋଷ୍ଟ ଅନୁଯାଯ଼ୀ, ଓଡ଼ିଶାର ନିକଟରେ ଅନୁମୋଦିତ ନୂତନ ଗନ୍ତବ୍ଯ ନୀତିର ଅଂଶ ଭାବରେ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ନୂତନ ସିଧାସଳଖ ବିମାନ ସେବା ପରିଚାଳନା କରିବାକୁ ଉତ୍ସାହିତ କରାଯିବ। ଏହି ପଦକ୍ଷେପ ଦ୍ୱାରା ଯୋଗାଯୋଗରେ ଉନ୍ନତି ଆସିବ, ଫଳସ୍ୱରୂପ ଓଡ଼ିଶାରେ ବାଣିଜ୍ଯ ଏବଂ ପର୍ଯ୍ଯଟନକୁ ପ୍ରୋତ୍ସାହନ ମିଳିବ। Post navigation ନିବେଶକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସିଙ୍ଗାପୁର ଗସ୍ତ