ଗୋଚାଲାଣକୁ ନେଇ କଠୋର ଆଇନ ଆପଣେଇଛନ୍ତି ରାଜ୍ୟ ସରକାର । ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର ଭାବେ ଆଇନ କଡ଼ାକଡ଼ି ହେବ ବୋଲି ସୂଚନା ଦେଇଛିମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେ କହିଛନ୍ତି ରାଜ୍ୟରେ ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କାମଧେନୁ ଯୋଜନା ଓଡ଼ିଶାରେ କିଭଳି ଲାଗୁ ହେବ ଧ୍ୟାନ ଦିଆଯିବ । ରାସ୍ତାଘାଟରେ ଗାଇଗୋରୁଙ୍କ ଦୁର୍ଘଟଣା ରୋକିବା, ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ୫ ମନ୍ତ୍ରୀ ଓ ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ପ୍ରତି ବ୍ଲକରେ କାମଧେନୁ ଯୋଜନା ଅନୁସାରେ ୮ ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୧୪୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ। ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ। ପ୍ରତି ବ୍ଲକରେ ଓମ୍ଫେଡ ଷ୍ଟଲ କରାଯିବ। ପ୍ରତି ଗାଁରେ ଗୋପପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଗାଁ ଗହଳିରେ ଓମ୍ଫେଡର ଚାହିଦା ବଢୁଥିବାରୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *