ରାଜ୍ଯସଭା ସାଂସଦ ମୁନ୍ନା ଖାଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ଦେଇଛନ୍ତି| ବରିଷ୍ଠ ବିଜେଡ଼ି ନେତା ମୁନା ଖାଁ ବିଜେପି ଦଳ ଉପରେ ଆକ୍ଷେପ କରି କହିଛନ୍ତି ଯେ ଏହା ଭାଙ୍ଗିବା ପାଇଁ ଏକ ହୁଇସିଲ୍ ଦୂରରେ ।

ନବରଙ୍ଗପୁରରେ ଏକ ‘ଜନସମ୍ପର୍କ ପଦଯାତ୍ରା‘ ରେ ଯୋଗ ଦେଇ ମୁନ୍ନା ଲମ୍ବା ଦାବି କରିଥିଲେ ଯେ ଯେଉଁ ୨୨ଜଣ ବିଜେଡି ନେତା ନିର୍ବାଚନ ପୂର୍ବରୁ ଦଳ ଛାଡିଥିଲେ ସେମାନଙ୍କ ମଧ୍ୟରୁ ୧୪ ଜଣ ବିଜେପି ବିଧାୟକ ବିଜୁ ଜନତା ଦଳ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ନବଗଠିତ ବିଜେପି ସରକାର ର ପତନ ରେ ସହଯୋଗ କରିବେ ଓ ଆମେ ପୁଣିଥରେ ସରକାର ଗଠନ କରିବୁ ବୋଲି ମୁନ୍ନା ଟିପ୍ପଣୀ କରିଛନ୍ତି | ସେ ଆହୁରି ଦାବି କରିଛନ୍ତି ଯେ ଅତି କମରେ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡ଼ି ଅଧୀନରେ ଅଛନ୍ତି ଏବଂ ପୁନର୍ବାର ନିର୍ବାଚନ ହେଲେ ୧୦୦ ଟି ଆସନ ଜିତିବେ ବୋଲି ଆତ୍ମବିଶ୍ୱାସ ରଖିଛନ୍ତି ।ଏହି ବିଷୟରେ ଓଡ଼ିଶା ବିଜେପି ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *