ପତ୍ନୀହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଉଚ୍ଚ ଅଦାଲତରୁ ମିଳିଲା ଶକ୍ତ ଝଟକା । ଭୁବନେଶ୍ୱର ଏଡିଜେ କୋର୍ଟ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତକରି ଦେଇଥିବା ଆଜୀବନ କାରାଦଣ୍ତକୁ ଚ୍ୟାଲେଞ୍ଜ କରି ନିରାଶ ହୋଇଛନ୍ତି ରାମମୂର୍ତ୍ତି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଶ୍ରୀ ଗମାଙ୍ଗ ଦାଖଲ କରିଥିବା ଅପିଲ ଖାରଜ ହୋଇଛି। ଆଜି ପତ୍ନୀ ହତ୍ୟା ମାମଲାରେ ବିଚରାଧୀନ ଥିବା ବେଳେ ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିଛି |

ସୂଚନା ଅନୁଯାୟୀ ତତ୍କାଳୀନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଏମ୍‌ଏଲ୍‌ଏ କଲୋନି କ୍ବାର୍ଟର୍ସରେ ରହୁଥିଲେ । ୧୯୯୫ ଅଗଷ୍ଟ ୨୯ ତାରିଖରେ ତାଙ୍କ ଦ୍ଵିତୀୟ ପତ୍ନୀ ଶଶିରେଖା ଗମାଙ୍ଗଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବାସଭବନର ବାଥରୁମ୍‌ରୁ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିଥିଲା । ସେତେବେଳେ ସେ ଗର୍ଭବତୀ ମଧ୍ୟ ଥିଲେ । ଏ ନେଇ ରାମମୂର୍ତ୍ତି ନିଜେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସେ ଆତ୍ମହତ୍ୟା କରିଥିଲେ ଏତଲା ଦେଇଥିଲେ । ମାତ୍ର ପରେ ତଦନ୍ତୁ ଜଣାପଡ଼ିଥିଲା ଯେ ଏହା ଏକ ହତ୍ୟାକାଣ୍ଡ । ପତ୍ନୀଙ୍କୁ ହତ୍ୟା କରିବା ପରେ କିରାସିନି ଢାଳି ଜାଳିଦେବା ପାଇଁ ଉଦ୍ୟମ କରିଥିଲେ। ପ୍ରମାଣ ନଷ୍ଟ ପାଇଁ ସେ ଏଭଳି କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା। ସ୍ତ୍ରୀକୁ କିରୋସିନ ଢାଳି ଜାଳି ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରାଯାଇଥିଲା । ଏହି ନେଇ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀ ଓ ୧୫ ଟି ଦସ୍ତାବିଜ ଆଧାର ରେ ରାମମୂର୍ତ୍ତି ଗମାଙ୍ଗ ଙ୍କୁ ୨୦୨୩ ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି ।  ୨୭ ବର୍ଷ ପୁରୁଣା ଏହି କେସ କୁ ବିଚାର କରି ହାଇକୋର୍ଟ ପୁଣି ପୂର୍ବ ଦଣ୍ଡାଦେଶ କୁ କାଏମ ରଖିଛନ୍ତି |

Leave a Reply

Your email address will not be published. Required fields are marked *