ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା।ବର୍ତ୍ତମାନର ସେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସ୍ଥାନ ନେବେ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରିଥିଲେ। ଏହା ଉପରେ ଆଜି ମୋହର ବାଜିଛି। ଆସନ୍ତା ୧୧ ତାରିଖରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଶପଥ ନେବେ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିବ। ଅର୍ଥାତ୍ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୩ରେ ଶେଷ ହେବ।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ସମ୍ବିଧାନରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପରବର୍ତ୍ତୀ ସିଜେଆଇ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ଜଷ୍ଟିସ ଖାନ୍ନା ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ।

ସୂଚନଯୋଗ୍ୟ; ଜଷ୍ଟିସ ସଞ୍ଜୀବ ଖାନ୍ନା ଦୀର୍ଘ ଦିନ ଧରି ଆୟକର ବିଭାଗରେ ସିନିୟର ଷ୍ଟାଣ୍ଡିଂ କାଉନ୍ସିଲ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୦୪ ମସିହାରେ ସେ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ପାଇଁ ଷ୍ଟାଣ୍ଡିଂ କାଉନ୍ସିଲ୍ (ସିଭିଲ୍) ଭାବରେ ନିଯୁକ୍ତ ହୋଇଥିଲେ। ସେ ଦିଲ୍ଲୀ ହାଇକୋର୍ଟରେ ଅତିରିକ୍ତ ଅପରାଧିକ ମାମଲା ଏବଂ ଆମିକସ୍ କ୍ୟୁରି ଭାବରେ ଅନେକ ଅପରାଧିକ ମାମଲାରେ ହାଜର ହୋଇଛନ୍ତି।

୨୦୦୫ ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ପଦୋନ୍ନତି ପାଇଥିଲେ ଏବଂ ୨୦୦୬ ରେ ସ୍ଥାୟୀ ବିଚାରପତି ହୋଇଥିଲେ। ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ଦିଲ୍ଲୀ ଏକାଡେମୀ, ଦିଲ୍ଲୀ ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର ଏବଂ ଜିଲ୍ଲା କୋର୍ଟର ଚେୟାରମ୍ୟାନ୍ / ଇନ୍-ଚାର୍ଜ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ୧୮ ଜାନୁୟାରୀ ୨୦୧୯ରେ ସୁପ୍ରିମକୋର୍ଟର ଜଷ୍ଟିସ୍ କରାଯାଇଥିଲା। ଜଷ୍ଟିସ୍ ଖାନ୍ନା ସେହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କୌଣସି ହାଇକୋର୍ଟର ପ୍ରଧାନ ବିଚାରପତି ହେବା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟକୁ ପଦୋନ୍ନୀତ ହୋଇଥିଲେ।

ସେ ୧୭ ଜୁନ୍ ୨୦୨୩ ରୁ ୨୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଚେୟାରମ୍ୟାନ୍ ତଥା ଭୋପାଳର ଜାତୀୟ ଜୁଡିସିଆଲ୍ ଏକାଡେମୀର ପରିଚାଳନା ପରିଷଦର ସଦସ୍ୟ ଅଛନ୍ତି।

 

 

Leave a Reply

Your email address will not be published. Required fields are marked *