ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଲୋକଙ୍କ ସୁରକ୍ଷା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ବାତ୍ୟା ଦାନା ପାଇଁ ପ୍ରଭାବିତ ହେବ ୧୧ଟି ଜିଲ୍ଲା। ସବୁଠୁ ଅଧିକ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ବେଶୀ ପ୍ରଭାବିତ ହେବ । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ପ୍ରଭାବିତ ହେବ । ୧୨ଟି ପୌରାଞ୍ଚଳର ପ୍ରାୟ ୫୫ ୱାର୍ଡ ପ୍ରଭାବିତ ହେବ । ବାତ୍ୟା ଦାନା ଯୋଗୁଁ ବର୍ଷା ଓ ପବନ ହେବ। ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରାୟ ୪ ଲକ୍ଷ ଲୋକ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଯୋଜନା ଯିବା ବେଳେ ୩ ଲକ୍ଷ ୪୦ ହଜାର ଲୋକଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତରିତ କରାହେଇଛି। ସେଥିପାଇଁ ପ୍ରାୟ ୮୪୨ ସ୍ଥାୟୀ ୬୪୪୫ ଅସ୍ଥାୟୀ ମୋଟ ୭୩୦୭ ରିଲିଫ ସେଣ୍ଟର ବ୍ୟବସ୍ଥା ହୋଇଛି।

ବିଭିନ ପ୍ରଭାବିତ ଅଂଚଳରେ ସମସ୍ତ ପଶୁ ସମ୍ପଦ ପାଈଁ ବି ବ୍ୟବସ୍ଥା ହୋଇଛି। ପଶୁଙ୍କ ପାଈଁ ୩୬୦ଟି ଆଶ୍ରୟ ସ୍ଥଳୀ ତିଆରି ହୋଇଛି। ୬୪୫୪ ପଶୁ ସ୍ଥାନାନ୍ତରିତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ରାଜସ୍ବ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପିଲା ମାନଙ୍କ ପାଇଁ ଶିଶୁ ଖାଦ୍ୟ ଏବଂ କ୍ଷୀର ବ୍ୟବସ୍ଥା ହୋଇଛି। ୨୧୩ ମେଡିକାଲ ଟିମ ଅଛନ୍ତି। ପଶୁ ସମ୍ପଦ ପାଈଁ ୧୨୦ ଟିମ ରହିଛନ୍ତି। ୩୭୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସବୁ ରିଲିଫ କେନ୍ଦ୍ରରେ ରୋଷେଇ ଖାଦ୍ୟ ବ୍ୟବସ୍ଥା ହୋଇଛି। ୨ ଜଣ ସୁରକ୍ଷିତ ପ୍ରସବ କରିଛନ୍ତି। ୩୮୫ ରେସପନ୍ସ ଟିମ ଗ୍ରାଉଣ୍ଡରେ ଅଛନ୍ତି। ୧୯ NDRF, ୫୧ ODRAF, ୯୫ ଓଏଫଡିସି, ୨୨୦ ଅଗ୍ନିଶମ ଟିମ ମୁତୟନ ଅଛନ୍ତି।

Leave a Reply

Your email address will not be published. Required fields are marked *