ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଦିଆଗଲା ଦାୟିତ୍ବ। ଏଥିରେ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଆଉ ୩ ଜଣଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଦେଲା ବିଜେପି। ଅକ୍ଟୋବରରେ ବିଜେପି ସଦସ୍ୟତା ଅଭିଯାନ ସରିବା ପରେ ହେବ ସାଂଗଠନିକ ନିର୍ବାଚନ । ଏଥିରେ ବୁଥ୍, ଜିଲ୍ଲା, ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ସଭାପତି ନବ ନିର୍ବାଚିତ ହେବେ ।

ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଯୁକ୍ତ କରାଯାଇଥିବା ବେଳେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ ଓ ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଦେଇଛି ବିଜେପି । ଏହା ନେଇ ବିଜେପି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *