୨୦୨୨ ବର୍ଷର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍‌ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ ପ୍ରାର୍ଥୀ ଆବେଦନ କରିଥିବା ବେଳେ ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱିତୀୟରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତି ରଞ୍ଜନ ପତି ରହିଥିବା ବେଳେ ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚମରେ ଆଜାଦ କୁମାର ସାହୁ, ଷଷ୍ଠରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି ।

ପ୍ରକାଶିତ ଫଳାଫଳରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି । ଓଡିଶା ସିଭିଲ ସର୍ଭିସ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥଲା , ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଓପିଏସି ଦ୍ୱାର ଦିଆଯାଇଥିବା ୱେବ ସାଇଡ୍ http://opsc.gov.in ରେ ନିଜର ଫଳାଫଳ ପାଇ ପାରିବେ ।

ସୂଚନା ଯୋଗ୍ୟ; ଓଡିଶା ସିଭିଲ ସର୍ଭିସ, ୨୦୨୨ ପରୀକ୍ଷାର ବିଜ୍ଞାପନରେ ସମୁଦାୟ ୬୮୩ ( ୨୨୭-ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା । OAS ବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ରେ ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ମେନ ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡିଶା ଲୋକସେବା ଆୟୋଗର କାର୍ଯ୍ୟାଳୟକୁ ୧୦ ସେପ୍ଟେମ୍ୱର ରୁ ୭ ନଭେମ୍ବର ଅବଧି ଭିତରେ ଡକାଯାଇଥିଲା ।

Leave a Reply

Your email address will not be published. Required fields are marked *