ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ନିଜର ପ୍ରଥମ ନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ ବୈରାଗୀଙ୍କୁ ୬,୦୧୫ ଭୋଟ ବ୍ୟବଧାନରେ ଭୋଟରେ ପରାଜିତ କରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍‌।

ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା। ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨ ପ୍ରତିଶତ ମତଦାନ ହୋଇଥିଲା। ଗଣନା ଆରମ୍ଭ ହେବାବେଳେ ଫୋଗେଟ୍ ପ୍ରଥମେ ଆଗୁଆ ରହିଥିଲେ। ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟିଏ ସମୟରେ ସେ ପଛରେ ପଡ଼ିଗଲେ। କିଛି ସମୟ ବ୍ୟବଧାନରେ ସେ ପୁନର୍ବାର ଆଗରରେ ରହି ବିଜୟ ହାତେଇବାରେ ସଫଳ ରହିଛନ୍ତି।

ଅନ୍ୟପଟେ ବିନେଶ ଫୋଗଟଙ୍କ ବିଜୟରେ ପରେ କେସିଆରଗଞ୍ଜର ପୂର୍ବ ବିଜେପି ବିଧାୟକ ବ୍ରିଜଭୂଷଣ ଶରଣ ସିଂଙ୍କ କହିଛନ୍ତି ବିନେଶ ଫୋଗଟଙ୍କ ବିଜୟ ହୋଇଛି କିନ୍ତୁ ସେ ଯେଉଁଠି ବି ପାଦ ରଖନ୍ତି, ତାହା ନଷ୍ଟ ହୋଇଯାଏ। ବିନେଶ ଯୁଆଡେ ବି ଯାଆନ୍ତି ସେଠାରେ ସମ୍ପୂର୍ଣ୍ଣ ବିନାଶ ହୋଇଯାଏ ଏବଂ ଭବିଷ୍ୟତରେ ସମ୍ପୂର୍ଣ୍ଣ ବିନାଶ ହେବ ଏବଂ କିଛି ବାକି ନାହିଁ । ଆପଣ ଦେଖନ୍ତୁ, ସେ କଂଗ୍ରେସକୁ ଗଲେ ହେଲେ କଂଗ୍ରେସର ସତ୍ୟାନାଶ ହୋଇଗଲା। ଏକଜିଟ ପୋଲ ଦର୍ଶାଉଥିଲା ଯେ କଂଗ୍ରେସ ସରକାର ଗଠନ ହେବ କିନ୍ତୁ ହରିୟାଣାରେ ଏକଜିଟ ପୋଲ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି ଏବଂ ବର୍ତ୍ତମାନ ସେଠାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି।

 

Leave a Reply

Your email address will not be published. Required fields are marked *