କଟକ ଜିଲ୍ଲା ମାହାଙ୍ଗା ମଣ୍ଡଳ ଶିକ୍ଷା ଅଧୂକାରୀଙ୍କ କାର୍ଯ୍ୟାଳୟ ଅଧାନରେ ଥିବା ଝାଡେଶ୍ବରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମନମାନି ଚାଲିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପିଲାଙ୍କୁ ପାଠ ନପଢ଼ାଇ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ। ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କ୍ଲାସରୁମକୁ ନ ଯିବା ଫଳରେ ବାହାରେ ବୁଲୁଛନ୍ତି ଛାତ୍ରଛାତ୍ରୀ। ଏନେଇ ଗତ ସେପ୍ଟେମ୍ବର ୧୫ ତାରିଖରେ ନିର୍ଭୟରେ ଏକ ଖବର ପ୍ରକାଶ ପାଇଥିଲା। ଖବରଟି ପ୍ରକାଶ ପାଇବା ପରେ ଖବରଟି ଯାଇ ପହଂଚିଥୁଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏହାପରେ ଏହି ଖବରଟିକୁ ଜିଲ୍ଲା ଶିକ୍ଷା ଅଧିକାରୀ ଅତ୍ଯନ୍ତ ଗୁରୁତର ନେବା ସହ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ୭ ସେପ୍ଟେମ୍ବର ଦିନ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ଚିଠି ନମ୍ବର ୧୭୮ରେ ଝାଡେଶ୍ଵରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି ଯେ, ଅଭିଯୋଗକାରୀ ଓ ଅଭିଯୁକ୍ତ ମାନେ ତଦନ୍ତରେ ସହଯୋଗ କରିବା ପାଇଁ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ମାହାଙ୍ଗା ବ୍ଳକ ଅଧିନସ୍ଥ ଭଗବତୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ସରକାର। ଏହି ତଦନ୍ତ ମଙ୍ଗଳବାର ଝାଡେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ରେ ହେବ ବୋଲି ଜଣାପଡିଛି। Post navigation ଆମାଜନରେ ମିଳିବ ଏନସିଇଆରଟି ପୁସ୍ତକ; ଦେଶବ୍ୟାପୀ ପ୍ରାୟ ୨୦ ହଜ ପିନ୍ କୋଡରେ ହେବ ଉପଲବ୍ଧ: ଧମେନ୍ଦ୍ର ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ