ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ପୁଣି ତେଜିଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ରାଜଭବନ ଘେରାଉ ପାଇଁ ଯିବା ବେଳେ ମୁହାଁମହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ । ଯୁବ ଏବଂ ଛାତ୍ର କଂଗ୍ରେସ ରାଜଭବନ ଘେରାଉ ପାଇଁ ବ୍ୟାରିକେଡ ଉପରେ ଚଢି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ମଧ୍ୟରେ ପୋଲିସ୍ କର୍ମୀ ଓ କଂଗ୍ରେସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୁବନେଶ୍ବର ପାୱାର ହାଉସ୍‌ ଛକରୁ ପୋଲିସ୍ କିଛି କଂଗ୍ରେସ କର୍ମୀଙ୍କୁ ଉଠାଇନେଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ; ଗତ ଜୁଲାଇ ୭ ତାରିଖ ରାତିରେ ପୁରୀସ୍ଥିତ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସହାୟକ ସେକ୍ସନ ଅଧିକାରୀଙ୍କୁ ମାଡମାରି ଆହତ କରିଥିବା ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

Leave a Reply

Your email address will not be published. Required fields are marked *