ଅକ୍ଟୋବର ୬ ତାରିଖରୁ ହବିଷ୍ୟାଳୀ ଯୋଜନା ଆବେଦନ ଆରମ୍ଭ ହେବାକୁ ଯାଉଛି ।  ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି ଅକ୍ଟୋବର ୧୮ରୁ ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ଅକ୍ଟୋବର ୬ରୁ ୧୧ ଯାଏଁ ଭକ୍ତଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ।କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଆବେଦନକରୀ ମାନେ ୬ରୁ ୧୧ ଯାଏଁ  http://edistrict.odisha.gov.in ଏହି ୱେବସାଇଟରେ ଆବେଦନ କରିପାରିବେ ।

ଜିଲ୍ଲାପାଳ ଆଉ ମଧ୍ୟ କହିଛନ୍ତି ୨୫୦୦ ହବିଷ୍ୟାଳୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ । ଏହା ସହ ସେମାନଙ୍କ ଯାତାୟାତ, ଖାଦ୍ୟ (ମହାପ୍ରସାଦ), ଶ୍ରୀ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଉପରେ ପଦକ୍ଷେପ ନିଆଯିବ। ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଡାକ୍ତରମାନଙ୍କୁ ମଧ୍ଯ ନିୟୋଜିତ କରାଯିବ।

Leave a Reply

Your email address will not be published. Required fields are marked *