ଓଡିଶାରେ ପହଞ୍ଚି ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଭାରତରେ ୫ ହଜାର ପାର୍ଟି ଥିବାବେଳେ ସେଥିରୁ ୫୦ରୁ ଅଧିକ ଆକ୍ଟିଭ ପାର୍ଟି ଅଛନ୍ତି କିନ୍ତୁ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । ଆପଣମାନେ କଂଗ୍ରେସର ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ? ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ ।ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ।ଆମର ଏଠି ନେତା ପୁଅ ନେତା ହୁଏନି । ମାଟିରୁ ଆସିଥିବା ଯୋଗ୍ୟ ବ୍ୟକ୍ତି ଯିଏ ଲୋକଙ୍କ ପାଇଁ କାମ କରିବ ସେ ହିଁ ନେତା ହୁଏ ।

ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଉ ମଧ୍ୟ କହିଛନ୍ତି ୨୦୪୭ରେ ଭାରତକୁ ବିକଶିତ କରିବା ପାଇଁ ସମସ୍ତଙ୍କ ଯୋଗଦାନ ଜରୁରୀ ଅଟେ । ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି । ମୋଦିଙ୍କ ନେତୃତ୍ବରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ । ଭାରତ ଆଜି ବିଶ୍ବର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି । ଏହା ସହ ମୋଦିଙ୍କ ନେତୃତ୍ବରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି ।

ସେହିପରି ୭୦ ବର୍ଷରୁ ଅଧିକ ୬ କୋଟି ଆୟୁଷ୍ମାନ ଭାରତରେ ସାମିଲ ହେବେ । ଭାରତରେ କେହି କଚ୍ଚା ଘରେ ରହିବେନି ସେଥିପାଇଁ ଆଉ ୩ କୋଟି ଘର ମଂଜୁର ହୋଇଛି । ଏହି ୫ ବର୍ଷ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ସମୟ । ସେଥିପାଇଁ ମୋଦି କହିଛନ୍ତି- ୟହି ସମୟ ହେ, ସହି ସମୟ ହେ ବୋଲି ଜେପି ନଡ୍ଡା କହିଛନ୍ତି ।

ଏହା ସହ ଜେପି ନଡ୍ଡା ସଭାରେ ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରି କହିଛନ୍ତି । ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ । ଭାଇଭଉଣୀଙ୍କୁ ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି । ଗୋଟିଏ ହେଲା ବେକାରୀ ଓ ଦରଦାମ ବୃଦ୍ଧି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *