Big dump truck loading for transport minerals gold,Mining industrial at Thailand

ଶୁଆଶାରୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଚାଲିଛି ଜଙ୍ଗଲ ଓ ଖଣିଜସଂପଦ ଲୁଟ୍

ରାଜ୍ୟରେ ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନ କାଳରେ ଚାଲିଆସିଥିବା ଖଣି ଖାଦାନରୁ ମୂଲ୍ୟବାନ ପଥର ଲୁଟ ଭାରତୀୟ ଜନତା ପାର୍ଟି ସରକାରରେ ବି ବନ୍ଦ ହୋଇପାର ନାହିଁ । ଯାହାର ଜ୍ଵଳନ୍ତ ଉଦାହରଣ ଅବିଭକ୍ତ ବାଲେଶ୍ବର ଜିଲାର ଖଇରା ତହସିଲ ଅଧୀନସ୍ତୁ ଶାରୀଶୁଆ ପାହାଡ ଠାରୁ ଲମ୍ବିଥିବା କପ୍ତିପଦା ତହସିଲ ଅଧିନସ୍ଥ ଶୁଖୁଆପଟା ପାହାଡ ପର୍ଯ୍ୟନ୍ତ ଦେଖୁବାକୁ ମିଳିଛି । ଏ ସମସ୍ତ ଅଂଚଳକୁ ବାଲେଶ୍ବର ଓ ମୟୂରରଂଳ ପ୍ରଶାସନ ଦୀର୍ଘଦିନ ହେବ ନିଷେଧୀଚଳ ଭାବେ ଘୋଷଣା କରି ୧୪୪ ଧାରା ଲାଗୁ କରିଛନ୍ତି । କିନ୍ତୁ ଜଂଗଲ ମାଫିଆଙ୍କ ରାଜ୍ ଓ ଦୁଇ ଜିଲା ପ୍ରଶାସନର ଅସାଧୁ ଅଧିକାରୀଙ୍କ ସହ ଏମାନଙ୍କ ମଧୁଚନ୍ଦ୍ରିକାରେ ଉପରୋକ୍ତ ନିଷେଧାଂଚଳର ୧୪୪ ଧାରା ପାଣି ଫୋଟକା ଭଳି ମିଳାଇଯାଇଛି ।

ବର୍ତ୍ତମାନ ଭାଜପାର ମୋହନ ମାଝୀ ସରକାର ଖଣି ଖାଦାନର ଚୋରା କାରବାରକୁ ରୋକିବା ଦିଗରେ କଡାକଡି ଭାବେ ଆଇନ୍ ଲାଗୁ କରିଥିଲେ ମଧ୍ୟ ସଂପୃକ୍ତ ଦୁଇ ଜିଲାର ଉପରୋକ୍ତ ଅଂଚଳରେ ଜଂଗଲ ଓ ଖଣି ମାଫିଆମାନେ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଯେଭଳି ଭାବେ ସମସ୍ତ ଅଂକୁଶ ସତ୍ତ୍ୱେ ଜଂଗଲ ଧ୍ବଂସ କରି କୋଟି କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍ କରୁଛନ୍ତି, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏହା ପ୍ରକାରନ୍ତରେ ଭାଜପା ସରକାରକୁ ବଦନାମ କରିବାର ଏକ ଚକ୍ରାନ୍ତ ବୋଲି ଆଲୋଚନା ହେଉଛି।

ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ, ଅବିରକ୍ତ ବାଲେଶ୍ଵର ଜିଲ୍ଲାର ଖଇରା ତହସିଲ ଅଧୀନସ୍ଥ ଶାରୀଶୁଆ ପାହାଡ କପ୍ତିପଦା ତହସିଲ ଅଧୀନସ୍ଥ ଶୁଖୁଆପଟା ପାହାଡ ପର୍ଯ୍ୟନ୍ତ ବ୍ୟାପିଛି। ବିଶେଷକରି ଖଇରା ତହସିଲ ଅଧୀନସ୍ତୁ ଶୁଆଶାରୀ ପାହାଡର ଖଣି ନଂ ୮୪, ୮୬, ୮୭, ୮୯ ଓ ୯୭ ଏବଂ କପ୍ତିପଦା ତହସିଲ ଅଧୀନସ୍ଥ ଖଣି ନଂ ୧, ୨ ଓ ୩ରେ ଉଭୟ ଜିଲା ପ୍ରଶାସନ ପକ୍ଷରୁ ନିଷେଧାଂଚଳ ଘୋଷଣା ହୋଇ ୧୪୪ ଧାରା (ବର୍ତମାନର ୧୬୩) ଜାରି କରାଯାଇଛି । ମାତ୍ର ଜଙ୍ଗଲ ଓ ଖଣି ମାଫିଆମାନେ ଏହି ଦୁଇଟି ତହସିଲ ଅଞ୍ଚଳର ନିଷେଧାଚଳରୁ ବ୍ଲାଷ୍ଟି କରାଇ ବେଆଇନ୍ ଭାବେ ଓ୍ୱାଗନ ସ୍ୱାଗନ ଖଣିଜ ସଂପଦକୁ ଶାରୀଶୁଆ ଠାରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚୋରା ଚାଲାଣ କରି ଚାଲିଛନ୍ତି । ଦିନ

 

Leave a Reply

Your email address will not be published. Required fields are marked *