ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାର ଏକ ଗାଁରେ ବଜ୍ରପାତ ରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।। ଖବର ପାଇ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଧିକାରୀ କହିଛନ୍ତି ଯେ, ସୋମନି ଥାନା ଅନ୍ତର୍ଗତ ଜୋରତରାଇ ଗ୍ରାମରେ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି। ରାଜନନ୍ଦଗାଓଁ ଆରକ୍ଷୀ ଅଧୀକ୍ଷକ ମୋହିତ ଗର୍ଗ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବଜ୍ରପାତରେ କିଛି ସ୍କୁଲ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *