ପବ୍ଲିକ ଏଣ୍ଟରପ୍ରାଇଜ୍ ସିଲେକ୍ସନ ବୋର୍ଡ (ପିଇଏସବି) ମଙ୍ଗଳବାର ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କୁ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ପଦ ପାଇଁ ମନୋନୀତ କରିଛି। ଏହି ପଦବୀ ପାଇଁ ସମୁଦାୟ ୬ ଜଣଙ୍କ ଇଣ୍ଟରଭିୟୁ ନିଆଯାଇଥିଲା। ବର୍ତ୍ତମାନ ଶ୍ରୀ ସିଂ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ର ଭାରପ୍ରାପ୍ତ ନିର୍ଦ୍ଦେଶକ (ବର୍ନପୁର ଓ ଦୁର୍ଗାପୁର ଇସ୍ପାତ କାରଖାନା) ଭାବେ ଅବସ୍ଥାପିତ ଅଛନ୍ତି। ସେ ନାଲକୋରେ ଅବସ୍ଥାପିତ ଶ୍ରୀଧର ପାତ୍ରଙ୍କ ସ୍ଥାନ ନେବେ, ଯିଏ ଅକ୍ଟୋବର ୩୧ରେ ଅବସର ନେବେ।

Leave a Reply

Your email address will not be published. Required fields are marked *