ସାଧାରଣ ନିର୍ବାଚନ ସରିଯାଇଛି। ବିପୁଳ ସଂଖ୍ୟାରେ ଭୋଟ ହାତେଇ ବିଜୁ ଜନତା ଦଳ ପୁନଶ୍ଚ ସରକାର ଗଢିବା ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇତିହାସ ରଚିବାର ସ୍ବପ୍ନ ଭାଙ୍ଗିଗଲା। ଆଶା ଆଶାରେ ରହିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ।

ସେହିପରି ଦେଇଥିବା ପ୍ରତିଜ୍ଞା ଆନୁଯାୟୀ, ପୂର୍ବ ସରକାରରେ ୫-ଟି ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ ଶହ ଶହ ଫଟୋ ଛାଡୁଥିବା ବେଳେ ରାଜନୀତିରୁ ସନ୍ୟାସ ଘୋଷଣା କଲେ। ହେଲେ ଏହି ଘୋଷଣା ପ୍ରହସନ ଓ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି। ଲୋକଙ୍କୁ ଭୂଆଁ ବୁଲେଇ ନିଜକୁ ଦୂରେଇ ରଖିଥିବା କହୁଥିବା ବେଳେ ରାଜ୍ୟ ରାଜନୀତି ଉପରେ କଡା ନଜର ରଖିଛନ୍ତି। ୨୪ ବର୍ଷ ଶାସନ ପରେ ବିଜେଡି ହାରିବା ପଛରେ ଅନେକାଂଶରେ ପାଣ୍ଡିଆନ ଦାୟୀ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳରେ ଆଜି ବି ତାଙ୍କୁ ପ୍ରାଧାନ୍ୟ ଦିଆଯାଉଛି।

ଏ ତ ଥିଲା ରାଜନୀତି ପ୍ରସଙ୍ଗ। ଏବେ ପାଣ୍ଡିଆନଙ୍କ ବିଷୟରେ ଆଉ ଏକ ବ୍ରେକିଂ ଆସିଛି ଯାହା ବିଷୟରେ ଜାଣିବାକୁ ଲୋକେ ବେଶ ଉତ୍ସାହୀ। କଞ୍ଚାଲଙ୍କା ଆପ୍ଲିକେସନରେ ଏବେ ଏକ ସିରିଜ ଆସିବାକୁ ଯାଉଛି। ବିଭୂ ରଥ ଫେସବୁକ ମାଧ୍ୟମରେ ଏହି ସିରିଜର ପ୍ରଥମ ପୋଷ୍ଟର ସାର୍ବଜନୀନ କରିଛନ୍ତି। ଏହି ସିରିଜର ନାମ ରହିଛି ସଚିବ- ଦ ମ୍ୟାନ୍ ଇନ୍ ଏ ହରି। ଏହାର ପ୍ରଚ୍ଛଦପଟ୍ଟରେ ଲେଖା ରହିଛି ‘୨୦୨୫’। ଓଡ଼ିଶା ରାଜନୀତି ଉପରେ ହେବାକୁ ଥିବା ଏହି ଥ୍ରୀଲର ପାଣ୍ଡିଆନଙ୍କ ଉପରେ ଆଧାରିତ ବୋଲି ସମସ୍ତେ ପ୍ରାୟ ସ୍ଥିର ନିଶ୍ଚିତ। ଭି.କେ ପାଣ୍ଡିଆନ୍ ଘୋଷଣା ଅନୁସାରେ ସନ୍ୟାସ ନେଇଥିବା ବେଳେ ଦଳରେ ତାଙ୍କ ପ୍ରତି ମିଶ୍ର ପ୍ରତିକ୍ରିୟା ରହିଛି। ତେଣୁ ତାଙ୍କୁ କେନ୍ଦ୍ର କରି ହୋଇଥିବା ସିନେମା ଉପରେ କେହି ଆପତ୍ତି କରିବେ ନାହିଁ ବୋଲି କୁହାଯାଉଛି। ପୋଷ୍ଟର ଲଞ୍ଚ ପରେ ଏବେ ଓ୍ୱେବ ସିରିଜକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ପାଣ୍ଡିଆନ ନିଶ୍ଚୟ ଏହି ସିରିଜର ଖଳନାୟକ ଏଥିରେ ସନ୍ଦେହ ନାହିଁ। ହେଲେ ସିନେମାରେ ହିରୋଙ୍କୁ ନେଇ ସସ୍ପେନସ ରହିଛି।

Leave a Reply

Your email address will not be published. Required fields are marked *